ୟୁଏଇ ଏବଂ ଓମାନରେ ଟି-୨୦ ବିଶ୍ୱକପ୍, ସ୍ପଷ୍ଟ କଲା ବିସିସିଆଇ

0

ଭାରତରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୟୁଏଇ ଏବଂ ଓମାନକୁ ସ୍ଥାନାନ୍ତର ହୋଇଛି । ମଙ୍ଗଳବାର ବିସିସିଆଇ ପକ୍ଷରୁ ଏହି ଖବରକୁ ସ୍ପଷ୍ଟ କରାଯାଇଛି । ଆଇସିସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ମଧ୍ୟରେ ୟୁଏଇ ଏବଂ ଓମାନରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ତେବେ ଭାରତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିବା ନେଇ ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଭାରତରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନର କାର୍ଯ୍ୟକ୍ରମ ରହିଥିବା ବେଳେ ଦେଶରେ କରୋନାର ଦ୍ୱିତୀୟ ଲହର କାରଣରୁ ଟୁର୍ଣ୍ଣାମେଣ୍ଟକୁ ଦେଶ ବାହାରକୁ ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ୟୁଏଇରେ ଆଇପିଏଲର ପୂର୍ବ ସଂସ୍କରଣ ସଫଳତାର ସହିତ ଆୟୋଜିତ ହୋଇଥିଲା । ଅଧାରୁ ବନ୍ଦ ରହିଥିବା ଆଇପିଏଲର ଚଳିତ ସଂସ୍କରଣ ମଧ୍ୟ ୟୁଏଇରେ ଅନୁଷ୍ଠିତ ହେବ । ଏକାଧିକ ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ସହିତ ନିରପେକ୍ଷ ଭେନ୍ୟୁର ମାନ୍ୟତା ପାଇଥିବା ୟୁଏଇକୁ ଟି-୨୦ ବିଶ୍ୱକପ୍ ଆୟୋଜନର ସୁଯୋଗ ଦେଇଛି ବିସିସିଆଇ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଆବୁଧାବିର ଶେଖ୍ ଜାୟେଦ୍ ଷ୍ଟାଡିୟମ,ସାରଜା ଏବଂ ଓମାନ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ସମସ୍ତ ମ୍ୟାଚ୍ ଗୁଡିକ ଖେଳାଯିବ । ବାଂଲାଦେଶ, ଶ୍ରୀଲଙ୍କା, ଆୟାର୍ଲାଣ୍ଡ, ନେଦରଲାଣ୍ଡସ, ସ୍କଟଲାଣ୍ଡ, ନାମିବ୍ୟା, ଓମାନ ଏବଂ ପପୁଆ ନ୍ୟୁଗିନି ପ୍ରାଥମିକ ପର୍ଯ୍ୟାୟ ମ୍ୟାଚରେ ଅଂଶଗ୍ରହଣ କରିଛନ୍ତି । ଏହା ମଧ୍ୟରୁ ୪ଟି ଦଳ ମେନ ଇଭେଣ୍ଟରେ ସାମିଲ ହେବେ ।

Leave A Reply

Your email address will not be published.