ବିଶ୍ୱ କପ୍ ପାଇଁ ଟିମ୍ ଇଣ୍ଡିଆରେ ୧୦ ଖେଳାଳିଙ୍କ ଜାଗା ପକ୍କା

0

ଟି-୨୦ ବିଶ୍ୱ କପ୍ ପାଇଁ ବୁଧବାର ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯିବ । ବିସିସିଆଇ ଅଧିକାରୀ ଅଧିନାୟକ ବିରାଟ କୋହଲି ଏବଂ କୋଚ୍ ରବି ଶାସ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ କରିବେ । ୧୫ ଜଣିଆ ଦଳ ସହ ୩ ରିଜର୍ଭ ଖେଳାଳି ମଧ୍ୟ ଚୟନ କରାଯିବ । ବିଶ୍ୱ କପ ପାଇଁ ଅତି କମରେ ୧୦ ଖେଳାଳିଙ୍କ ସ୍ଥାନ ପ୍ରାୟତଃ ନିଶ୍ଚିତ ହୋଇ ସାରିଛି । ଆଉ ୫ଟି ସ୍ଥାନ ପାଇଁ ୧୬ ଜଣ ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ବିଶ୍ୱ କପ୍ ମୁକାବିଲା ଅକ୍ଟୋବର ୧୭ରୁ ଆରମ୍ଭ ହେବ ଏବଂ ଏହାର ଫାଇନାଲ ମୁକାବିଲା ନଭେମ୍ବର ୧୪ ତାରିଖରେ ଖେଳାଯିବ ।

କ୍ରିକଇନମ୍ଫୋର ରିପୋର୍ଟ ଅନୁଯାୟୀ, ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର ଓ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନ ସୁନିଶ୍ଚିତ । ବାକି ୫ ଖେଳାଳି କିଏ କିଏ ହେବେ ତାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ଏହା ବ୍ୟତୀତ ଦଳରେ ଅତି କମରେ ତିନି ଜଣ ରିଜର୍ଭ ଖେଳାଳି ମଧ୍ୟ ଚୟନ କରାଯିବ ।

ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କ ବ୍ୟତୀତ ୫ ଜଣ ସ୍ପେଶାଲିଷ୍ଟ ବ୍ୟାଟସମ୍ୟାନ ରହିଛନ୍ତି । ଏମିତିରେ ଦଳରେ ଜଣେ ଅତିରିକ୍ତ ବ୍ୟାଟସମ୍ୟାନଙ୍କୁ ସ୍ଥାନ ମିଳିପାରେ । ଏଥିପାଇଁ ଦୌଡରେ ଅଛନ୍ତି ଶିଖର ଧାୱନ, ଇଶାନ କିଶନ, ଶ୍ରେୟସ ଆୟର, ସଞ୍ଜୁ ସାମସନ ଓ ପୃଥ୍ୱୀ ଶ । ଏହା ବ୍ୟତୀତ ଆଉ ଦୁଇ ବୋଲରଙ୍କୁ ଦଳରେ ସାମିଲ କରାଯିବ । ଏଥିପାଇଁ ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଟି ନଟରାଜନ, ମହମ୍ମଦ ସିରାଜ ଏବଂ ମହମ୍ମଦ ଶାମି ଦୌଡରେ ରହିଛନ୍ତି ।

ଦଳରେ ଅଲରାଉଣ୍ଡର ଦୌଡରେ ଅକ୍ଷର ପଟେଲ, କୃଣାଲ ପାଣ୍ଡ୍ୟା ଓ ୱାଶିଂଟନ ସୁନ୍ଦର ରହିଛନ୍ତି । ହେଲେ ସୁନ୍ଦର ଆହତ ଅଛନ୍ତି । ଏମିତିରେ ତାଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ସାମିଲ୍ କରାଯାଇପାରେ । ଅପରପକ୍ଷେ ଦ୍ୱିତୀୟ ସ୍ପେଶାଲିଷ୍ଟ ସ୍ପିନ ବୋଲର ହିସାବରେ ଅଶ୍ୱିନ, ରାହୁଲ ଚହର ଓ ବରୁଣ ଚକ୍ରବର୍ତ୍ତୀ ଦୌଡରେ ଅଛନ୍ତି । ମାତ୍ର ଅଶ୍ୱିନ ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳି ନାହାନ୍ତି । ଏମିତିରେ ରାହୁଲ ଚହରଙ୍କ ପଲ୍ଲା ଭାରି ରହିଛି । ମାତ୍ର ଅଶ୍ୱିନଙ୍କ ପାଖରେ ଅଭିଜ୍ଞତା ଭରପୁର ରହିଛି । ଅନ୍ୟପଟେ ବରୁଣ ଚକ୍ରବର୍ତ୍ତୀଙ୍କ ଫିଟନେସକୁ ନେଇ ଏବେ ପ୍ରଶ୍ନ ରହିଛି ।

Leave A Reply

Your email address will not be published.