ଆଜିଠାରୁ YouTubeରେ ହେବ ଶିକ୍ଷାଦାନ

0

ଆଜିଠାରୁ ଅନଲାଇନରେ ହେବ ପାଠପଢ଼ା । ମହାମାରୀ କରୋନା ଯୋଗୁଁ ୨୦୨୧-୨୨ର ଶିକ୍ଷାବର୍ଷର ପାଠପଢ଼ା ବ୍ୟାହତ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ଗଣ ଶିକ୍ଷାମନ୍ତ୍ରୀ ଯୋଜନା କରିଛନ୍ତି ଆଜି ଠାରୁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁଟ୍ୟୁଟ୍ ରେ ପାଠ ପଢ଼ିବେ । କେଉଁ ଦିନ କେଉଁ ବିଷୟର ପାଠ ପଢ଼ା ହେବ ତାହାକୁ ନେଇ ରୁଟିନ୍ ମଧ୍ୟ ପ୍ରକାଶ କରାଯାଇଛି ।

ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ ପଢ଼ା ଜୁନ୨୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ । ସୋମବାରରୁ ଶୁକ୍ରବାର ଯାଏଁ ସକାଳ ୧୦.୪୫ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ହେବ । ଦିନକୁ ୪ଟି ପିରିୟଡ୍ ରହିବ । ସେହିପରି ସୋମବାର ଠାରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ପାଠ ପଢ଼ା ମଧ୍ୟ ୟୁଟ୍ୟୁବ୍ ରେ ହେବ । ତେବେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପାଠପଢ଼ା ୯ଟାରୁ ୧୦ଟା ପର୍ଯ୍ୟନ୍ତ ଓ ୪ର୍ଥ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ ।

ତେବେ ୟୁଟ୍ୟୁବ୍ରେ ଯେଉଁ ବିଷୟରେ ପାଠପଢ଼ା ସ୍କୁଲର ଶିକ୍ଷକ ତାହାର ତଥ୍ୟ ରଖିବେ । ଏବଂ ଛାତ୍ରଛାତ୍ରୀମାନଙ୍କର ରହୁଥିବା ଦ୍ୱନ୍ଦକୁ ଚାଟ ଓ ଭଏସ୍ କଲ ମାଧ୍ୟମରେ ଦୂର କରିବେ । ସ୍କୁଲ ଶିକ୍ଷକମାନେ ବିଷୟ ଅନୁଯାୟୀ ଓ କ୍ଲାସ୍ ଅନୁଯାୟୀ ପ୍ରତି ଚାପ୍ଟରର ୱାର୍କସିଟ୍ ପ୍ରସ୍ତୁତ କରିବେ ଏବଂ ତାହା ପିଲାଙ୍କ ହ୍ୱାଟ୍ସଆପରେ ପଠାଇବେ । ପ୍ରତି ପିଲାଙ୍କର ୱାର୍କସିଟ୍ ମୂଲ୍ୟାୟନ କରି ସ୍କୋର ପ୍ରଦାନ କରିବେ । ତାହାକୁ ବ୍ଲକ ଓ ଜିଲ୍ଲା, ରାଜ୍ୟସ୍ତରୀୟ ଅଧିକାରୀମାନେ ଅନୁଧ୍ୟାନ କରିବେ । ଯାହାକୁ ନେଇ ଗଣଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବିରୋଧ କରିଛି ।

Leave A Reply

Your email address will not be published.