କରୋନା କବ୍ଜାରେ ଆଉ ତିନି ନୂଆ ଜିଲ୍ଲା

0

ରାଜ୍ୟ ରେ ଚିନ୍ତା ବଢ଼ାଉଛି ମହାମାରୀ କରୋନା ଭାଇରସ୍ l ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ବୃଦ୍ଧି ଘଟିବା ରେ ଲାଗିଛି l ଆଜି ଆଉ ନୂଆ ତିନି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଙ୍କ ଚିନ୍ତାର କାରଣ ପାଲଟିଛି l ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରାଜ୍ୟର ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଜିଲ୍ଲାରେ ଜଣେ ଲେଖାଏଁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହି ତିନି କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 122 କୁ ବୃଦ୍ଧି ପାଇଛି l ସେପଟେ ଏହି ତିନି କରୋନା ସଂକ୍ରମିତ ଙ୍କ ଟ୍ରାଭେଲ ହିଷ୍ଟ୍ରୀ କଣ ରହିଛି ଏବଂ ସେମାନେ ଆଉ କେଉଁ କେଉଁ ଲୋକମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ହସ୍ତଗତ ହୋଇନାହିଁ l ରାଜ୍ୟରେ 122 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 38 ଜଣ ସୁସ୍ଥ ହୋଇଛନ୍ତି l ସେହପରି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ରାଜ୍ୟରେ ଅବଶିଷ୍ଠ 83 ଜଣ ସକ୍ରୀୟ କରୋନା ସଂକ୍ରମିତ ଚିକିସତ୍ିତ ହେଉଛନ୍ତି l

Leave A Reply

Your email address will not be published.