ଆଜିର ମୁଖ୍ୟ ଖବର

0

୧-ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବୋର୍ଡ ଅଫିସରେ ବିଧିବଦ୍ଧ ଭାବେ ଅପରାହ୍ନ ୪ଟାରେ ବାହାରିବ ପରୀକ୍ଷା ଫଳ, ସନ୍ଧ୍ୟା ୬ଟାରୁ ୱେବସାଇଟରେ ହେବ ଉପଲବ୍ଧ ।

୨–ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା। ଗୋଖାଦ୍ୟ ଖର୍ଚ୍ଚ ବାବଦ ୬୦୦୦ ଟଙ୍କା ପର୍ୟ୍ୟନ୍ତ ମିଳିବ ସହାୟତା। ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍‌ଧ ଚାଷୀ ।

୩-ବିନା ଭକ୍ତରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ସ୍ନାନଯାତ୍ରା । ୧୦୮ ଗରା ସୁବାସିତ ଜଳରେ ହେଲା ବଡ଼ ଠାକୁରଙ୍କ ମହାସ୍ନାନ, ସ୍ନାନବେଦୀରେ ହାତୀ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତି ।

୪- ‘ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ପାଠ୍ୟକ୍ରମରେ ସାମିଲ କରାଯିବାକୁ କୋଶଲ ରାଜ୍ୟ ସମନ୍ବୟ ସମିତି ତୀବ୍ର ବିରୋଧ କରିଛି। ଆସନ୍ତା ୨୯ ତାରିଖ ସବୁ ଜିଲ୍ଲାରେ ଏହାର ପ୍ରତିବାଦ କରିବାକୁ ସମିତି ନିଷ୍ପତ୍ତି ନେଇଛି।

୫-ଜାମ୍ମୁ-କାଶ୍ମୀର ନେଇ ସର୍ବଦଳୀୟ ବୈଠକ ଶେଷ, ଦିଲ୍ଲୀଠାରୁ ଦିଲ୍‌ର ଦୂରତା କମାଇବାକୁ ମୋଦିଙ୍କ ଅହ୍ୱାନ୍‌ ।

୬–ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ଯଶୋବନ୍ତ ଜେଠୱା ହେଲେ ଭିଜିଲାନ୍ସ ନିର୍ଦେଶକ। ଲଳିତ ଦାସ ହେଲେ ଗୁଇନ୍ଦା ନିର୍ଦେଶକ।

୭–ଦ୍ବାଦଶ ପରୀକ୍ଷାଫଳ ନେଇ ସବୁ ରାଜ୍ୟ ଶିକ୍ଷା ବୋର୍ଡକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ। ଜୁଲାଇ ୩୧ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ସହ ୧୦ ଦିନ ଭିତରେ ମୂଲ୍ୟାୟନ ପଦ୍ଧତି ସ୍ପଷ୍ଟ କରିବାକୁ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ ।

୮–ସାଇବର ଠକେଇ: ୪ ମାସରେ ୫କୋଟିରୁ ଅଧିକ ଠକେଇ, ଭୁବଶ୍ବେରରୁ କେବଳ ୨କୋଟି ଟଙ୍କା ଠକେଇ ।

୯-ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍ଘାଟନ : ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର – ମୁଖ୍ୟମନ୍ତ୍ରୀ ।

୧୦-ମୁଁ ତ ଜଣେ କର୍ମଚାରୀ, ମାମଲା କମ୍ପାନୀ ଉପରେ ହୁଏ…, ହାଇକୋର୍ଟରେ ଏମିତି କହିଲେ ଟ୍ବିଟ୍‌ର ଇଣ୍ଡିଆ ଏମଡି ।

୧୧-କରୋନାରେ ଦୁଇ ମାଓ ନେତା ହରିଭୂଷଣ ଓ ସାରକାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲା ଲାଲବାହିନୀ, ୪୦୦ ରାଉଣ୍ଡ ଗୁଳି ସହ ପୁଲିସ ନିକଟରେ ଆତ୍ମା ସମର୍ପଣ କଲେ ୨ କରୋନା ଆକ୍ରାନ୍ତ ମାଓବାଦୀ ।

୧୨-ରିଲାଏନ୍ସ ଜିଓ ଓ ଗୁଗୁଲ୍ ଆଣିଲେ ନୂଆ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍‌- “ଜିଓଫୋନ୍ ନେକ୍ସଟ୍‌” , ସେପ୍ଟେମ୍ବର ୧୦ରୁ ବଜାରରେ ଉପଲବ୍ଧ ହେବ ।

୧୩-ସୁପ୍ରିମକୋର୍ଟଙ୍କ ତାଗିଦ ପ​‌ରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କଲେ ଆନ୍ଧ୍ର ସରକାର .

୧୪-କୋଲକାତା ହାଇକୋର୍ଟରେ ନନ୍ଦିଗ୍ରାମ ନିର୍ବାଚନ ମାମଲାର ଶୁଣାଣି । ରାୟ ସଂରକ୍ଷିତ ରଖିଲେ କୋର୍ଟ । ମମତାଙ୍କ ଠାରୁ ମାଗିଲେ ଜବାବ .

୧୫-ରୁଷ୍ ଓ ବ୍ରିଟେନ ମଧ୍ୟରେ ଉତେଜନା । କୃଷ୍ଣ ସାଗରରେ ବ୍ରିଟେନ୍ ଜାହାଜ ଉପରେ ରୁଷ୍ ପକ୍ଷରୁ ଗୁଳିଚାଳନା । ରୁଷ୍ କହିଲା ବେଆଇନ ଭାବେ ଜଳସୀମାରେ ପ୍ରବେଶ କରିଥିବାରୁ କରାଗଲା କାର୍ଯ୍ୟାନୁଷ୍ଠାନ ।

୧୬-ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ଗାଡ଼ିର ଚାଲାଣ କାଟିଲା ଦିଲ୍ଲୀ ପୋଲିସ ।

୧୭-ଆନ୍ଧ୍ର ବ୍ୟବସାୟୀଙ୍କ ହାତରେ ଓଡିଶା ଖଣି । ମାଲକାନଗିରି ଜିଲ୍ଲାରେ ଠପ ହୋଇଯାଇଛି ଉନ୍ନୟନ କାମ । ଉନ୍ନୟନ କମିଶନରଙ୍କ ହସ୍ତକ୍ଷେପ ଲୋଡିଲେ ଠିକାଦାର ।

Leave A Reply

Your email address will not be published.