ଆଜିର ମୁଖ୍ୟ ଖବର

0

୧-ଟୁଇଟରରେ ଟପ୍ ଟ୍ରେଣ୍ଡିଂ ହେଲା ଦେଶବ୍ୟାପୀ କର୍ମଚାରୀଙ୍କ ପୁରୁଣା ପେନସନ ଲାଗୁ ଦାବି ।.

୨-ମାଟ୍ରିକ୍ ମାର୍କକୁ ନେଇ ତେଜିଲା ବିବାଦ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ, ବୋର୍ଡ ସଭାପତି କହିଲେ, ମୂଲ୍ୟାୟନରେ ହୋଇନି କୌଣସି ତ୍ରୁଟି ।

୩-FREE FIRE ନିଶାରେ ମା’କୁ କାଙ୍ଗାଳ କଲା ପୁଅ, ଯୁଦ୍ଧାସ୍ତ୍ର କିଣିବା ପାଇଁ ଖର୍ଚ୍ଚ କଲା ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ।ଛତିଶଗଡ଼ର ପଙ୍ଖାଜୁର ଥାନା ଅନ୍ତର୍ଗତ କାଙ୍କେରରୁ ସାମ୍ନାକୁ ଆସିଛି।

୪-କରୋନା ମହାମାରୀର ଦ୍ବିତୀୟ ଲହରରେ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତିରେ ସୁଧାର ଆଣିବା ଲାଗି କେନ୍ଦ୍ର ସରକାର ସୋମବାର ୬ ଲକ୍ଷ ୨୮ ହଜାର ୯୯୩ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି।

୫-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା : ଦେଶରେ ୪୦ ହଜାରରୁ ଅଧିକ ବ୍ଲାକ ଫଙ୍ଗସର ଶିକାର, ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ।

୬-ପୁଣି ଆତଙ୍କୀ ଆକ୍ରମଣରେ ଦୋହଲିଲା ପୁଲୱାମା । ଘରେ ପଶି ପୁଲିସ୍ ଅଧିକାରୀଙ୍କ ସମେତ ପତ୍ନୀ ଓ ଝିଅକୁ ବି ମାରିଦେଲେ ଆତଙ୍କବାଦୀ ।
୭-ମାଟ୍ରିକ ପାସ୍ କରିଛନ୍ତି ରେକର୍ଡ ସଂଖ୍ୟକ ପିଲା, କେଉଁଠି ପଢ଼ିବେ ପ୍ଲସ-୨ ? ମନ୍ତ୍ରୀ କହିଲେ, ଏବେ ଉପଲବ୍ଧ ୬ ଲକ୍ଷ ସିଟ୍, ଆବଶ୍ୟକ ହେଲେ କଲେଜରେ ବଢ଼ାଯିବ ସିଟ୍ ସଂଖ୍ୟା ।

୮-ଓଡ଼ିଶା ଆସିଲା ରୁଷିଆ ଟିକା । ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଉପଲବ୍ଧ ହେଉଛି ସ୍ପୁଟନିକ୍ ଭି, ୧୧୪୫ ଟଙ୍କାରେ ମିଳିବ ଗୋଟିଏ ଡୋଜ୍ ।

୯-ଲଦାଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ, କହିଲେ ସେନାକୁ ସୁଦୃଢ କରିବା ଆମ ପ୍ରାଥମିକତା .।

୧୦-କ୍ଷେପଣାସ୍ତ୍ର ପରୀକ୍ଷଣରେ ଭାରତକୁ ଆଉ ଏକ ସଫଳତା । ଅଗ୍ନି ସିରିଜର ଅତ୍ୟାଧୁନିକ ମିଜାଇଲ୍ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ ।

୧୧– ରଥ ଯାତ୍ରା ସମୟରେ ପୁରୀକୁ ବାହାର ଲୋକଙ୍କ ପ୍ରବେଶ ମନା, ବନ୍ଦ ରହିବ ବସ ଓ ଟ୍ରେନ ଚଳାଚଳ, ସିଲ୍ ହେବ ଜାତୀୟ ରାଜପଥ .

୧୨– ସୁପ୍ରିମକୋର୍ଟକୁ ଗଲା କେନ୍ଦ୍ରାପଡ଼ା ବଳଦେବଜିଉ ରଥଯାତ୍ରା ପ୍ରସଙ୍ଗ, ରଥଯାତ୍ରା ଲାଗି ଅନୁମତି ଅନୁରୋଧ କରି ମଦନ ପତ୍ରି ନାମକ ଜଣେ ବ୍ୟକ୍ତିଙ୍କ ସୁପ୍ରିମକୋର୍ଟରେ ଦାଖଲ କଲେ ସ୍ପେଶାଲ ଲିଭ ପିଟିସନ .

୧୩– ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ, ସାଢ଼େ ୪ କୋଟି ଓଡ଼ିଆଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ ହେଉ, ସ୍ଥାନୀୟ ନିର୍ବାଚନ ଓ ସଂଗଠନ ଉପରେ ଜୋର ଦେବାକୁ ଆହ୍ବାନ .

୧୪– କରୋନା ଟିକାକରଣରେ ଆମେରିକାକୁ ଟପିଲା ଭାରତ, ଆମେରିକାରେ ୩୨ କୋଟି ୩୩ଲକ୍ଷ ୨୭ହଜାର ଲୋକଙ୍କୁ ଟିକାକରଣ କରାଯାଇଥିବା ବେଳେ ଭାରତରେ ୩୨ କୋଟି ୩୬ଲକ୍ଷ ୬୩ହଜାର ୨୯୭ ଜଣଙ୍କୁ ଟିକାକରଣ କରାଯାଇଛି

୧୫-ମେକ୍ ଇନ ଇଣ୍ଡିଆର ସଫଳତା, ଚୀନରୁ ନୋଏଡା ସ୍ଥାନାନ୍ତର ହେଲା ସାମସଙ୍ଗର ଡିସ୍‌ପ୍ଲେ ମ୍ୟାନୁଫ୍ୟାକଚରିଂ ୟୁନିଟ୍ .

୧୬-ଖୋଲୁଛି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ହତ୍ୟା ପଛର ଗୁମର । ହତ୍ୟା ପଛରେ ରହିଛି ମାଛ ପୋଖରୀ ବିବାଦ, ଜେଲରୁ ଆସିବା ପରେ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ କରିଥିଲା ହତ୍ୟା । .

୧୭-+୨ ଫଳାଫଳ ୩୧ ଜୁଲାଇ ସୁଦ୍ଧା ପ୍ରକାଶ ପାଇବ- ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ ।

୧୮-କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଭୁଲ୍ ସୁଧାରିଲା ଟ୍ଵିଟର, ବିବାଦୀୟ ମାନଚ୍ଚିତ୍ର ଓ୍ଵେବସାଇଟ୍‌ରୁ ହଟାଇଲା ।

Leave A Reply

Your email address will not be published.