ଆଜିର ମୁଖ୍ୟ ଖବର

0

୧-କୋଭିଡ୍ ମହାମାରୀ ସତ୍ତ୍ୱେ ୨୦୨୦-୨୧ରେ ୧.୪୬ଲକ୍ଷ କୋଟିର ନିବେଶ ସାଉଁଟିଛି ଓଡ଼ିଶା।
୫ ବଡ଼ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ,୨୭୦୦୦ ଲୋକଙ୍କୁ ମିଳିବ ରୋଜଗାର।

୨-ଆଜି ସନ୍ଧ୍ୟା ସାଢେ ୫ଟାରେ ମୋଦି କ୍ୟାବିନେଟ୍‌ ସମ୍ପ୍ରସାରଣ, ଫୋନ କଲ୍‌ ପାଇ ଦିଲ୍ଲୀ ପହଞ୍ଚୁଛନ୍ତି ଜଣେ ପରେ ଜଣେ।

୩-ନୂଆ ଦିଲ୍ଲୀ:୮ ରାଜ୍ୟରେ ନୂଆ ରାଜ୍ୟ ପାଳ,୪ଜଣଙ୍କ ବଦଳି,୪ଜଣଙ୍କୁ ନୂଆ ନିଯୁକ୍ତି।

୪-ଭୁବନେଶ୍ବର: ବିମାନ ବନ୍ଦରର ନୂଆ ନିର୍ଦ୍ଦେଶକ ଭାବେ ଯୋଗ ଦେଲେ ପ୍ରଭାତ ରଂଜନ ବେଉରିଆ।

୫-ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାରୀ ଓ ବେସରକାରୀ କୋଭିଡ୍ କେୟାର ସେଣ୍ଟର ଗୁଡ଼ିକ ବନ୍ଦ ହେବ।

୬-ପ୍ରିୟଙ୍କା ହତ୍ୟା କାଣ୍ଡ:ପ୍ରତାରଣାରୁ ଜଗନ୍ନାଥ ନେଇଥିଲା ପ୍ରତିଶୋଧ।

୭-ରଥଯାତ୍ରା ଓ ବାହୁଡ଼ାରେ ଗଜପତି ମହାରାଜା କରିବେ ଛେରାପହଁରା।

୮-ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ହୋଇ ପାରିବନି ରଥଯାତ୍ରା, ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ।

୯-ପୁରୀ: ସୁସ୍ଥ ହେଲେ ମହାବାହୁ। ଦଇତାପତି ସେବାୟତଙ୍କ ଶ୍ରୀନଅର ବିଜେ। ଗଜପତିଙ୍କୁ ଶ୍ରୀଜୀଉଙ୍କ ସୁସ୍ଥତା ସମ୍ପର୍କରେ ଜଣାଇଲେ ଦଇତାପତି।

୧୦-ବିପିୟୁଟି ଏମ୍‌ସିଏ ଏବଂ ବି.ଟେକ ପରୀକ୍ଷାଫଳ ପ୍ରକାଶ। ବିପିୟୁଟି ୱେବସାଇଟରୁ ପରୀକ୍ଷାଫଳ ଦେଖିପାରିବେ ଛାତ୍ରଛାତ୍ରୀ।

୧୧-ନୂଆଦିଲ୍ଲୀ: ଜୁଲାଇ ୨୦ରୁ ୨୫ ମଧ୍ୟରେ ଜେଇଇ ମେନ ସେସନ-୩ ପରୀକ୍ଷା ଅନୁଷ୍ଠିତ ହେବ।

୧୨-ଆଗାମୀ ଦୁଇ ଦିନ ଭିତରେ ରାଜ୍ୟରେ ଶେଷ ହୋଇଯିବ କୋଭିସିଲ୍ଡ ଟିକା । ତୁରନ୍ତ ୧୫ ଲକ୍ଷ କୋଭିସିଲ୍ଡ ଟିକା ଦେବାକୁ କେନ୍ଦ୍ରକୁ ଚିଠି ଲେଖିଲା ଓଡିଶା ।

୧୩-ଭୁବନେଶ୍ୱର:ରଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସମୀକ୍ଷା ବୈଠକ, ସୂଚନା ପ୍ରଯୁକ୍ତିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ।

Leave A Reply

Your email address will not be published.