ଆଜିର ମୁଖ୍ୟ ଖବର

0

୧-ବୈଷ୍ଣବଙ୍କୁ ରେଳ ଓ ଆଇଟି, ଧର୍ମେନ୍ଦ୍ରଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ, ବିଶ୍ଵେଶ୍ଵରଙ୍କୁ ମିଳିଲା ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗ।

୨-ଆଦିମ ଜନଜାତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ସହାୟତା, ପ୍ରତି ପରିବାରକୁ ୫ ହଜାର ଟଙ୍କା ପ୍ରଦାନ।

୩-କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ୧୨ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି, ଓଡିଶାରୁ ଇସ୍ତଫା ଦେଲେ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।

୪-ପୁରୀରେ କୋଭିଡ ସ୍ଥିତି ସମୀକ୍ଷା କଲା ସେଣ୍ଟ୍ରାଲ ଟିମ୍‌, ସିଡିଏମ୍‌ଓଙ୍କ ସହ କଲେ ଆଲୋଚନା।

୫-କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୭ ଆଇଏଏସ୍‌, ୧୩ ଓକିଲ, ୬ ଡାକ୍ତର, ୫ ଯନ୍ତ୍ରୀ ସାମିଲ।

୬-ଭୁବନେଶ୍ୱର:ସିବିଟି ମାଧ୍ୟମରେ ୧୦ ହଜାର ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ୧୦ହଜାର ଗାଁରେ ପାଠ ପଢାଇବେ। ଜଣେ ଲେଖାଏଁ ଛାତ୍ର ୧୦ ଜଣ ପିଲାଙ୍କୁ ପାଠ ପଢାଇବେ।

୭-କଟକ ଏସସିବି ମେଡିକାଲରେ ଲାଗିବ ୯ଟି ଏକମୋ ମେସିନ, ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ।

୮-ପ୍ରାକଟିକାଲ ରେକର୍ଡ ଦାଖଲ ଅବଧି ଶେଷ, ଆଜିଠୁ +୨ ପ୍ରାକଟିକାଲ ମୂଲ୍ୟାୟନ ଆରମ୍ଭ।

୯-ଚା’ଦୋକାନୀଙ୍କୁ ଗୋଇଠା ମାଡ଼ ଘଟଣା, ହୋମଗାର୍ଡଙ୍କ ସହ ପିସିଆର ଇନଚାର୍ଜଙ୍କୁ ଚାକିରିରୁ ବହିଷ୍କାର।

୧୦-ଭୁବନେଶ୍ୱର: ପ୍ରମୋଦ କୁମାର ମଲ୍ଲିକ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ।

୧୧-ତୈଳଦର ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ।

୧୨-ଆଗାମୀ ୧୦ ବର୍ଷରେ ଓଡିଶାରେ ଏକ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ କରିବ JSPL, ହଜାର ହଜାର ଲୋକଙ୍କୁ ମିଳିବ ନିଯୁକ୍ତି।

୧୩-ପରପାରିରେ ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ କଲେ ଶୋକ ପ୍ରକାଶ।

Leave A Reply

Your email address will not be published.