୧-କରୋନା ଲଢେଇରେ ପାଓ୍ଵାରଫୁଲ୍ ପଖାଳ !, ଶକ୍ତି ଯୋଗାଇବା ସହ ବଢାଉଛି ରୋଗପ୍ରତିରୋଧକ ଶକ୍ତି: ଏମ୍ସ ଡାକ୍ତର।
୨-୧୧ ତାରିଖରେ ହିରାକୁଦରୁ ଛଡ଼ାଯିବ ଏ ବର୍ଷର ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ସତର୍କ ସୂଚନା।
୩-ରାଜ୍ୟରେ ଏବେ ୧,୯୦,୩୮୦ ଡୋଜ କୋଭିସିଲ୍ଡ ଟିକା ଅଛି, ସେଥିରେ ଆଉ ୨ ଦିନ ଟିକାକରଣ ଚାଲିବ – ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।
୪-ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଇ-ପାଠ୍ୟକ୍ରମର ଶୁଭାରମ୍ଭ, ଓ୍ୱେବସାଇଟରେ ଉପଲବ୍ଧ ହେବ ୧୧ଟି ବିଷୟବସ୍ତୁ।https://vtputkal.odisha.gov.in
୫-ରଥଯାତ୍ରା ସୁଚାରୁ ରୂପେ ପାଳିତ ପାଇଁ ପୁରୀବାସୀ ଓ ସେବାୟତଙ୍କ ସହଯୋଗ କାମନ କଲେ ମୁଖ୍ୟମନ୍ତ୍ରୀ।
୬-ଚାଷୀଙ୍କ ସହାୟତା ପାଇଁ ୧ଲକ୍ଷ କୋଟି ଅନୁଦାନକୁ ମଞ୍ଜୁରୀ, ମଣ୍ଡି ଭିତ୍ତିଭୂମି ସୁଦୃଢ଼ କରିବାକୁ ୧ଲକ୍ଷ କୋଟି।
୭-ପୁଣି ତେଜିଲା ବର୍ଷା-ଅନୁଭବ ବିବାଦ । ବର୍ଷାଙ୍କ ବିରୋଧରେ ଅଭିଯୋଗ ଆଣି ପୁରୀଘାଟ ଥାନାରେ ଅଭିଯୋଗ କଲେ ଅନୁଭବ ।
୮-ଆଜି ଶ୍ରୀଯିଉଙ୍କ ନବଯୌବନ ଦର୍ଶନ,ସେପଟେ ରଥରେ କନାପକା ଆରମ୍ଭ।
୯-ଓଡ଼ିଶାରୁ ଅଲମ୍ପିକ୍ସରେ ପ୍ରତିନିଧିତ୍ବ କରିଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ-ମୁଖ୍ୟମନ୍ତ୍ରୀ
୧୦-ବସ୍ ମାଲିକ ସଂଘର ବୈଠକ ପରେ ବଡ଼ ନିଷ୍ପତି, ଦାବି ପୁରଣ ନହେଲେ ଗଡ଼ିବନି ବସ୍ !
୧୧-ନୂଆ ଦାୟିତ୍ୱ ନେଲେ ମୋଦୀଙ୍କ ନୂଆ ଟିମ୍ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସମ୍ଭାଳିଲେ ଜ୍ୟୋତିରାଦିତ୍ୟ । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟର କାର୍ଯ୍ୟଭାର ନେଲେ ଅନୁରାଗ ।
୧୨-ରାଜନୀତିରେ ବିଜୁଳି ସାଜୁଛି ମୁଖ୍ୟ ମୁଦ୍ଦା । ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ଛାଡ କରିବାକୁ ଘୋଷଣା କଲେ ଉତ୍ତରାଖଣ୍ଡ ଶକ୍ତିମନ୍ତ୍ରୀ।
୧୩-ଟୋକିଓରେ ବଢ଼ୁଛି କରୋନା ସଂକ୍ରମଣ : ଜରୁରୀ କାଳୀନ ପରିସ୍ଥିତି ଘୋଷଣା କଲେ ଜାପାନ ପ୍ରଧାନମନ୍ତ୍ରୀ। ଇତିହାସରେ ପ୍ରଥମ କ୍ରୀଡ଼ା ଭାବେ ଟୋକିଓ ଅଲିମ୍ପିକ୍ସ ବିନା ଦର୍ଶକରେ ଆୟୋଜନ ହେବ।