ଆଜିର ମୁଖ୍ୟ ଖବର

0

୧-ଶରଧାବାଲୀରେ ପହଞ୍ଚିଲା ତିନି ରଥ, ଭକ୍ତ ଶୂନ୍ୟ ରଥଯାତ୍ରାରେ ଗୋଟିଏ ରଥରେ ସାମିଲ ଥିଲେ ୫୦୦ରୁ ୬୦୦ ସେବାୟତ । ଆଜି ଆଡ଼ପ ମଣ୍ଡପ ବିଜେ।

୨-ସେପ୍ଟେମ୍ବର ୧୨ରେ ନିଟ୍‌, ଆଜି ଅପରାହ୍ନ ୫ଟାରୁ ଆରମ୍ଭ ହେବ ଆଦେବନ ପ୍ରକ୍ରିୟା।

୩-ବଦଳିବ ରାଜ୍ୟ ବିଜେଡି କାର୍ଯ୍ୟାଳୟର ରୂପ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ନବୀନ।

୪-ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିରୁ ଉତ୍‌କ୍ଷେପଣ ହେଲା ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସ।

୫-ଇନଫୋଭ୍ୟାଲି ନିକଟରେ ବାଗଚୀ-ଶ୍ରୀଶଙ୍କର କ୍ୟାନସର ହସପିଟାଲର ଶିଳାନ୍ୟାସ, ଯୋଗଦେଲେ ମୁଖ୍ୟମନ୍ତ୍ରୀ।

୬-ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ, ସାଙ୍ଗରେ ଥିଲେ ୬ ଅନୁଗାମୀ।

୭-ରାଜ୍ୟରେ ଗତକାଲି ୧ ହଜାର ୯୯୩ ନୂଆ ପଜିଟିଭ୍‌ ଚିହ୍ନଟ, ଗଲା ୬୩ ଆକ୍ରାନ୍ତଙ୍କ ଜୀବନ।

୮-ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଭୟଙ୍କର ସୈ।ରଝଡ। ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହ ବୁଧବାରେ ହୋଇପାରେ ଧକ୍କା।

୯-ଋଷିକେଶ:ଗହଣା ଦୋକାନୀଙ୍କ ପତ୍ନୀଙ୍କୁ ଚୂନ ଲଗାଇଲେ ଭଣ୍ଡ ସାଧୁ ; ଘରେ ପଶି ଲୁଟିନେଲେ ୧.୭୫ କୋଟି ଟଙ୍କା ଓ ସୁନା ଗହଣା।

୧୦-ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା, ଭାଙ୍ଗିଲା ଘର, ଭାସିଗଲା କାର,୨ ନିଖୋଜ।

୧୧-ନୂଆ ଦିଲ୍ଲୀ: ଅଲିମ୍ପିକ୍‌ସ ପରେ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା ହେବ।

୧୨-ଜୁଲାଇ ୧୫ରେ ରୁଦ୍ରାକ୍ଷ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ, ୧୫ ହଜାର କୋଟି ଟଙ୍କାର ଯୋଜନାର ହେବ ଶିଳାନ୍ୟାସ।

Leave A Reply

Your email address will not be published.