ଆଜିର ମୁଖ୍ୟ ଖବର

0

୧-ଆଜି ଶ୍ରୀମନ୍ଦିରକୁ ଫେରିବେ ମହାବାହୁ, ବାଟରେ ମାଉସୀ ଖୁଆଇବେ ପୋଡ଼ପିଠା।ଅପରାହ୍‌ଣ ୪ଟାରୁ ରଥଟଣା ହେବ।

୨-ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ନିମନ୍ତେ ୫ ବର୍ଷ ପାଇଁ ୬,୧୪୩ କୋଟି ବ୍ୟୟ ବରାଦ : ଧର୍ମେନ୍ଦ୍ର ପ୍ରଧାନ।

୩-ମୟୁରଭଞ୍ଜର ୯୪ଟି ଗାଁର ୧୫୩୫୯ ହେକ୍ଟର ଜମିକୁ ଗଲା ସୁବର୍ଣ୍ଣରେଖା ପାଣି, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୪-ପଦ୍ମପୁର:ତହସିଲ୍‌ ଅଫିସ୍‌ ଦୌଡ଼ି ଦୌଡ଼ି ସମସ୍ୟାର ସମାଧାନ କରିପାରିଲେନି ବୃଦ୍ଧ, ଶେଷରେ ଅଫିସ୍‌ ଆଗରେ ପିଇଦେଲେ କୀଟନାଶକ।

୫-ଆଠଗଡ଼:ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ୨୭୫କୋଟି ଟଙ୍କା ବ୍ୟୟ ବରାଦ କଲା କ୍ୟାବିନେଟ୍‌, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅଞ୍ଚଳବାସୀ

୬-ଭୁବନେଶ୍ୱର ବିଏମ୍‌ସିରୁ ୩୦୦ ମୋ ସାଇକେଲ୍‌ର ମିଳୁନି ପତ୍ତା, ହେକ୍ସି କମ୍ପାନୀ ବିରୁଦ୍ଧରେ ଏତଲା ଦାୟର କଲା ବିଏମ୍‌ସି।

୭-ଜେଇଇ ମେନ୍ ପରୀକ୍ଷାର୍ଥୀଙ୍କ ପାଇଁ ପୁରୀରେ ବାହୁଡା କର୍ଫ୍ୟୁ କୋହଳ, ଆଡମିଟ କାର୍ଡ ଦେଖାଇ ଯାଇପାରିବେ ପରୀକ୍ଷାର୍ଥୀ

୮-ଓସିଏ ପକ୍ଷରୁ ୧୪ ଜିଲା, ଭୁବନେଶ୍ବର କ୍ରିକେଟ ଏକାଡେମୀର ଶିଳାନ୍ୟାସ।

୯-ମୋ ସ୍କୁଲ ଅଭିଯାନରେ ୯୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ, ୨୩ ଜିଲ୍ଲାର ପ୍ରକଳ୍ପକୁ ଅନୁମୋଦନ ମିଳିଛି।

୧୦-ଲୋକସଭାରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କପ୍ରଶ୍ନ, ୨୦୧୪ ପରଠାରୁ ଦେଶରେ କେତେ ସଂଖ୍ୟକ ଜବାହର ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇଛି?

୧୧-ଆସନ୍ତା ଅଗଷ୍ଟ ୨୭ରେ ହେବ ଓଏଏସ୍ ପ୍ରିଲିମ୍ ପରୀକ୍ଷା, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁର ଆଦି ୫ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ଓ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ମିଳିବ ଅତିରିକ୍ତ ୪୦ ମିନିଟ ସମୟ।

୧୨-ସଂସଦରେ ପେଗାସସ୍ ଝଡ଼, ଆରମ୍ଭରୁ ହୋ ହାଲ୍ଲା,‌ପ୍ରଧାନମନ୍ତ୍ରୀ କୁହାଇ ଦେଲେନି ବିରୋଧୀ।

Leave A Reply

Your email address will not be published.