ଆଜିର ମୁଖ୍ୟ ଖବର

0

୧-ଆଜି ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବ । ବିଶ୍ଵ ଶାନ୍ତି, ସହାବସ୍ଥାନର ବାର୍ତ୍ତା ଦେବ ଟୋକିଓ ଅଲିମ୍ପିକ।

୨-ଟୋକିଓ ଅଲିମ୍ପିକ୍ସରେ ସୁନ୍ଦରଗଡ଼ ଜିଲାର ୪ ହକି ଖେଳାଳି: ଉତ୍ସାହିତ ପାଇଁ ଆରଏମସିର ଅଭିଯାନ।

୩–ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା।

୪-ଆସନ୍ତା ଦୁଇ ଦିନ ପାଇଁ ଟ୍ଵିନ୍‌ ସିଟିକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।

୫-ଗୋପାଳପୁରରେ ଟାଟାର ଚା’ ପ୍ଯାକେଜିଂ ଶାଖା ଖୋଲିଲା,୧୦୦ କୋଟିର ପୁଞ୍ଜିନିବେଶ,୯୦୦ରୁ ଉର୍ଦ୍ଧ୍ବ ରୋଜଗାର ସୃଷ୍ଟି।

୬-ଭାରତୀୟ ଅଲିମ୍ପିକ୍‌ ଆଡଭାଇଜରି ଗ୍ରୁପ୍‌ର ସଦସ୍ୟ ଭାବେ ମନୋନୀତ ହେଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ।‌

୭-୨୬ରୁ ଖୋଲୁଛି ଦଶମ ଓ ଦ୍ୱାଦଶ ଶ୍ରେଣୀ, ଟିକା ନେଇ ନଥିବା ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ଆସିପାରିବେ।

୮-ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ହେଲେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି।‌

୯-ସମ୍ବଲପୁର ଏସଡିପିଓ ତପନ ମହାନ୍ତି, ସମ୍ବଲପୁର ଜିଲା ଅତିରକ୍ତ ଆରକ୍ଷୀ ଅଧିକ୍ଷକ ଭାବରେ ନିଯୁକ୍ତ।

୧୦-ACFO ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି : ‘ସରକାରୀ କ୍ବାର୍ଟରରେ ଘଟିଥିଲା ଅଘଟଣ’- ସରଜମିନ୍ ତଦନ୍ତ ପରେ କହିଲେ ଦକ୍ଷିଣାଞ୍ଚଳ ଡିଆଇଜି।‌

୧୧-ଦଶମ ପରୀକ୍ଷା:୫୦୪ କେନ୍ଦ୍ରରେ ପରୀକ୍ଷା ଦେବେ ୧୫,୧୫୧ ବିଦ୍ୟାର୍ଥୀ।

୧୨-ପେଗାସସ୍ ଫୋନ୍ ହ୍ୟାକିଂ ଘଟଣାକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ, କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ସୂଚନା ସମ୍ବଳିତ ନଥି ଛାଡ଼ି ନେଇ ଚିରିଦେଲେ ତୃଣମୂଳ ସାଂସଦ।

Leave A Reply

Your email address will not be published.