ଆଜିର ମୁଖ୍ୟ ଖବର

0

୧-ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଲଣ୍ଡନ, ଲସ୍ ଏଞ୍ଜେଲସ୍ ଏବଂ ସିଙ୍ଗାପୁର ଭଳି ଅନ୍ତର୍ଜାତୀୟ ସହରମାଳା ରେ ସାମିଲ ହେଲା ପୁରୀ । ପ୍ରତ୍ୟେକ ପରିବାର ଙ୍କୁ ୨୪ ଘଣ୍ଟା ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ହେଲା ପ୍ରଥମ ସହର ।

୨-ଦୀର୍ଘ ଦେଢ଼ ବର୍ଷ ପ୍ରତୀକ୍ଷାର ହେବ ଅନ୍ତ, ଆଜିଠାରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ । ସକାଳ ୧୦ଟାରୁ ଦିନ ସାଢେ ଗୋଟାଏ ଯାଏ କ୍ଲାସ ଚାଲିବ। ପିଲାଙ୍କ ଠାରୁ ଶିକ୍ଷକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଉତ୍ସାହ ।

୩-୧୯୯୯ରେ କାର୍ଗିଲ ବିବାଦ ସମୟରେ ଅଦମ୍ୟ ସାହସ ଏବଂ ବଳିଦାନକୁ ସମ୍ମାନ ଜଣାଇ ଆଜି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

୪-ଭାରତୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପାଇଲା ଓଡିଶା । ପାଇକ ବିଦ୍ରୋହର ଗାଥାକୁ ନିଖୁଣ ଭାବେ ଦେଖାଇ ପ୍ରଥମ ହେଲା ନୃତ୍ୟ ନୈବେଦ୍ୟ । ପୁରସ୍କାର ଘୋଷଣା କଲେ ସାଂସଦ ସୋନାଲ ମାନସିଂହ ।

୫-କାର୍ଗିଲ ବିଜୟ ଦିବସ ପାଳନ ନେଇ ମନେ ପକାଇଲେ ମୋଦୀ ,କହିଲେ ଆଜିର ଦିନକୁ ଅମୃତ ମହୋତ୍ସବ ଭାବେ ହେବ ପାଳନ ।

୬-ବୀମା ସହ PMAY ରିଲଞ୍ଚ ନିମନ୍ତେ ସରକାରଙ୍କୁ CIIଙ୍କ ପରାମର୍ଶ।

୭-ରାମଦେବଙ୍କ ଏଲୋପାଥି ବିରୋଧୀ ମନ୍ତବ୍ୟର ଶୁଣାଣି ଆଜି ଦିଲ୍ଲୀ ହାଇକୋର୍ଟରେ ହେବ ।

୮-ସମ୍ବଲପୁରୀ କ୍ଷୁଦ୍ର ଚଳଚ୍ଚିତ୍ର ମାସ୍କ-୨ କୁ ମିଳିଲା ଆନ୍ତର୍ଜାତିକ ପୁରସ୍କାର ।

୯-ଜୁଲାଇ ୩୦ ରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତରପ୍ରଦେଶ ଗସ୍ତ ହେଲା ବାତିଲ, ହୋଇଥାନ୍ତା ୯ ମେଡିକାଲ କଲେଜ ଉଦ୍‌ଘାଟନ ।

୧୦-ଭୂମିକମ୍ପରେ ଥରିଲା ସିକିମ୍, ରିକ୍ଟର ସ୍କେଲରେ ତୀବ୍ରତା ୪.୦ ।

୧୧-ତୁରନ୍ତ ପୌର ନିର୍ବାଚନ କରାନଗଲେ ରାଜ୍ୟ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବ ବିଜେପି ।

୧୨-ଅଷ୍ଟ୍ରେଲିଆର ସୁନ୍ଦରୀ ଏଲିସ ୬୫ କିମି ପ୍ରତି ଘଣ୍ଟା ବେଗରେ ବୁଲୁଥିବା ଫ୍ୟାନକୁ ନିଜ ଜିଭରେ ଅଟକାଇ ଗିନିଜ ବୁକରେ ହେଲେ ସାମିଲ ।

୧୩-ମଧ୍ୟପ୍ରଦେଶରେ ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଗୋଟିଏ ଶ୍ରେଣୀରେ ସର୍ବାଧିକ ୧୫ ଜଣ ପିଲା ବସିପାରିବେ ।

୧୪-ହୀମାଚଳରେ ଭୀଷଣ ଭୂ-ସ୍ଖଳନ, ଭୂଷୁଡିଲା ପୋଲ, ପାହାଡ଼ରୁ ଖସି ପର୍ଯ୍ୟଟକଙ୍କ ଗାଡ଼ି ଉପରେ ପଡିଲା ପଥର, ୯ ମୃତ, ୩ ଆହତ ।

୧୫-ପରିକ୍ରମଣ କକ୍ଷରେ ହଲଚଲ ହେଉଛି ‘ଚନ୍ଦ୍ର’ ! ବିଶ୍ୱଲାଗି ୨୦୩୦ ହେବ ବନ୍ୟାର ଦଶକ, ଦେଶ ଦୁନିଆ ଦେଖିବ ଜଳ ପ୍ରଳୟ । ନାସା ଦେଲା ସତର୍କ ସୂଚନା ।

୧୬-ଆଫଗାନିସ୍ତାନ ସୀମାରେ ପଶିଲା ପାକ୍‌ ସେନା, ତାଲିବାନ ଆତଙ୍କବାଦୀଙ୍କ ସହ କଥା ହେଉଥିବାର ଭିଡିଓ ହେଲା ଭାଇରାଲ୍‌ ।

୧୭-ଡୋମିନୋଜ’ର ବଡ ଘୋଷଣା: ଟୋକିଓ ଅଲିମ୍ପିକରେ ରୌପ୍ୟ ପଦକ ବିଜେତା ଚାନୁଙ୍କୁ ଆଜୀବନ ମାଗଣାରେ ଯୋଗାଇବ ପିଜା ।

୧୮-ଟୋକିଓ ଅଲମ୍ପିକ,ଭାରତୀୟ ନୌଚାଳନାରେ ସେମିଫାଇନାଲରେ ପହଁଚିଲେ ଅର୍ଜୁନ ଓ ଅରବିନ୍ଦ ।

୧୯-ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଦୁବାଇରେ ହେବ ବାକିଥିବା ଆଇପିଏଲ । ୨୭ ଦିନ ମଧ୍ୟରେ ୩୧ଟି ମ୍ୟାଚ ଖେଳାଯିବ ।

୨୦-ମେଡ଼ାଲ୍ ଅପେକ୍ଷାରେ ଭାରତ, ଷ୍ଟାର ବକ୍ସର ମ୍ୟାରି କମ୍ ୪-୧ରେ ବିଜୟୀ ହୋଇ ପରବର୍ତୀ ରାଉଣ୍ଡକୁ ପ୍ରବେଶ, ଟେବୁଲ ଟେନିସରେ ଦ୍ୱିତୀୟ ରାଉଣ୍ଡରେ ଜିତିଲେ ମନିକା ବାତ୍ରା ।

୨୧-ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ୩୮ ରନ ରେ ହରାଇଲା ଭାରତ । ଏହି ବିଜୟ ସହ ୩ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି । ଆସନ୍ତାକାଲି ଏହାର ୨ୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ।

Leave A Reply

Your email address will not be published.