ଆଜିର ମୁଖ୍ୟ ଖବର

0

୧-ଗଣମାଧ୍ୟମ ରିପୋର୍ଟ ସତ୍ୟ ହେଲେ ଅଭିଯୋଗ ସାଙ୍ଘାତିକ: ପେଗାସସ୍‌ ମାମଲାରେ କହିଲେ ସୁପ୍ରିମ୍‌ କୋର୍ଟ ।

୨-ଟୋକିଓରେ ଲେଖାହେଲା ନୂଆ ଇତିହାସ । ୪୧ ବର୍ଷ ପରେ ଖୁସି ଆଣିଦେଲା ଶେଷ ୬ ସେକେଣ୍ଡର ଚମକପ୍ରଦ ହକି । ଜର୍ମାନୀକୁ ମାତ୍ ଦେଇ ବ୍ରୋଞ୍ଜ ଜିତିଲା ଟିମ୍ ଇଣ୍ଡିଆ ।

୩-ଭାରତ ଇତିହାସରେ ଲିପିବଦ୍ଧ ହୋଇ ରହିବ ୫ ଅଗଷ୍ଟ : ପ୍ରଧାନମନ୍ତ୍ରୀ ।

୪-ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଉଡିଗଲା ଯାତ୍ରୀବାହୀ ବୋଲେରୋ : ଛତିଶଗଡ ଦାନ୍ତେୱାଡାରେ ନକ୍ସଲଙ୍କ ବିସ୍ଫୋରଣରେ ଜଣେ ମୃତ, ୯ଆହତ ।

୫-ଡେଲଟା ଭାରିଆଣ୍ଟ ପାଇଁ ବୁଷ୍ଟର ଡୋଜ ଦେବାକୁ ମନା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓ ନିର୍ଦ୍ଦେଶକ କହିଲେ ଧନୀ ରାଷ୍ଟ୍ରରେ ଅଧିକ ହୋଇଛି ଟିକାକରଣ, ପଛରେ ପଡ଼ିଛନ୍ତି ଗରିବ ଦେଶ ।

୬-ବଢିଲା ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସମସ୍ୟା, ନିର୍ବାଚନ ପୂର୍ବରୁ ଅମରିନ୍ଦର ସିଂହଙ୍କୁ ଛାଡିଲେ ପ୍ରଶାନ୍ତ କିଶୋର ।

୭-୧୬ ତାରିଖରୁ ଖୋଲିବ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ । ସକାଳ ୯ଟାରୁ ୧୨ଟା ୩୦ ଯାଏଁ ହେବ ପାଠପଢା ।

୮-କମିପାରେ କୋଭିସିଲ୍ଡ ଭାକ୍ସିନର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ, ୪୫ ବର୍ଷରୁ ଅଧିକ ଆୟୁ ବର୍ଗଙ୍କୁ ମିଳିବ ଛାଡ଼ ।

୯-ଦୁଗ୍ଧ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା, ୧ ଲକ୍ଷ ଚାଷୀ ପାଇଲେ ୧୧ କୋଟି ଟଙ୍କାର ସହାୟତା ।

୧୦-୧୯୮୪ ଶିଖ୍ ବିରୋଧୀ ଦଙ୍ଗା: ମୃତକଙ୍କ ପରିବାରକୁ ୩.୫୦ ଲକ୍ଷ ଓ ଆହତଙ୍କୁ ୧.୨୫ ଲକ୍ଷ ଟଙ୍କା ଦେବେ କେନ୍ଦ୍ର ସରକାର ।

୧୧-୨୦୧୨ ବିବାଦୀୟ ପଶ୍ଚାତଗାମୀ ଟ୍ୟାକ୍ସ ଆଇନକୁ ସମାପ୍ତ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର, କ୍ୟାବିନେଟ ଦେଲା ମଞ୍ଜୁରୀ ।

୧୨-ସକାଳୁ ସକାଳୁ ସାରା ଦେଶରେ ଖେଳିଗଲା ଶିହରଣ । ହକି ଦଳ ମେଡାଲ ଜିତିବା ପରେ ଖୁସିରେ ଝୁମିଲା ଦେଶ । ଦୁଇ ଓଡ଼ିଆ ଖେଳାଳିଙ୍କ ପରିବାରକୁ ନବୀନ ନିବାସକୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ।

୧୩– ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ କଥାକାର ପାରମିତା ଶତପଥୀ ପାଇବେ ଚଳିତ ବର୍ଷର ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ।

୧୪-ଆଫଗାନିସ୍ତାନ ସେନାର ବଡ଼ ଅପରେସନ୍ : ୨୪ଘଣ୍ଟା ମଧ୍ୟରେ ୩୦୦ରୁ ଅଧିକ ତାଲିବାନୀ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଲା ।

୧୫-ସରିଲା ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା: ୧୧ରୁ ମୂଲ୍ୟାୟନ ।

୧୬-କର୍ଣ୍ଣାଟକ ହାଇକୋର୍ଟ କରପସନ ମାମଲାରେ ଅଗଷ୍ଟ ୧୭ ତାରିଖ ସୁଧା ୟେଦୁରପା ଓ ତାଙ୍କ ପୁଅଙ୍କୁ ହାଜର ହେବା ପାଇଁ ଦେଲେ ନୋଟିସ ।

୧୭-ଭାଙ୍ଗିଲା ୨୧ ବର୍ଷର ସଂପର୍କ, ବାର୍ସିଲୋନା କ୍ଲବରୁ ଅଲଗା ହେଲେ ମହାନ ଫୁଟବଲର୍‌ ଲିଓନେଲ୍‌ ମେସି ।

୧୮-୧୩୫ ରାଷ୍ଟ୍ରରେ ଡେଲ୍‌ଟା: ବୈଶ୍ବିକ ସଂକ୍ରମଣ ୨୦ କୋଟି ଟପିଲାଣି ।

Leave A Reply

Your email address will not be published.