ଆଜିର ମୁଖ୍ୟ ଖବର

0

୧–ଟୋକିଓ ଅଲିମ୍ପିକ୍ସ ଉଦଯାପିତ-ଆମେରିକା ଟପ୍ପର। ୩୯ଟି ସ୍ବର୍ଣ୍ଣ ପଦକ ସହ ୧୧୩ଟି ପଦକ ଜିତି ଆମେରିକା ଟେବୁଲ ଟପ୍ପର। ୩୮ଟି ସ୍ବର୍ଣ୍ଣ ସହ ୮୮ଟି ପଦକ ଜିତି ଦ୍ବିତୀୟ ସ୍ଥାନରେ ରହିଲା ଚୀନ।

୨–ଆୟୋଜକ ଜାପାନ ୨୭ଟି ସ୍ବର୍ଣ୍ଣ ସହ ୫୮ଟି ପଦକ ଜିତି ତୃତୀୟ ସ୍ଥାନ ଅଧିକାର। ବ୍ରିଟେନ ଚତୁର୍ଥ, ଋୁଷିୟ ଅଲିମ୍ପିକ୍ସ କମିଟି ପଞ୍ଚମ, ଅଷ୍ଟ୍ରେଲିୟାକୁ ଷଷ୍ଠ ସ୍ଥାନ।

୩–ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ଭାରତକୁ ୭ଟି ପଦକ। ଦଳଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ୭ଟି ପଦକ ଜିତି ୪୮ତମ ସ୍ଥାନରେ ଭାରତ।

୪–ସମ୍ବଲପୁର ପୁଲିସ କବଜାରେ ନକଲି ଟଙ୍କା ତିଆରି ଗ୍ୟାଙ୍ଗ। ୧୩ଲକ୍ଷ ୮୫ ହଜାର ଜାଲ ନୋଟ ଜବତ ସହ ୬ ଗିରଫ

୫–ଏଣିକି ହ୍ଵାଟ୍ସଆପ୍‌ରେ ମିଳିବ କୋଭିଡ୍‌ ସାର୍ଟିଫିକେଟ୍‌, ଘୋଷଣା କଲେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ।ହ୍ବାଟସ୍‌ଆପ୍‌ରେ ୯୦୧୩୧୫୧୫୧୫ ନମ୍ବରକୁ ସେଭ୍‌ କରନ୍ତୁ । ଏହା ପରେ ‘covid certificate’ ଲେଖି ପଠାନ୍ତୁ ।

୯-ଆମେରିକାରେ ସ୍ଥିତି ଗୁରୁତର: ଲକ୍ଷେ ଟପୁଛି ଦୈନିକ ପଜିଟଭ ସଂଖ୍ୟା, ଏଯାଏଁ ହୋଇନି ୧୦୦% ଟିକାକରଣ ।

୧୦-ଆଜି ଠାରୁ ହେବ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ ।

୧୧-ମାଲକାନଗିରି ଲଘୁ ଖଣିଜ ପଦାର୍ଥ ଟେଣ୍ଡର ମାମଲା । ନାକଚ ହେଲା ଆନ୍ଧ୍ର କମ୍ପାନୀର ସଲଭେନ୍ସି ସାର୍ଟିଫିକେଟ । ଅନିୟମିତତା ଅଭିଯୋଗ ଆସିବା ପରେ ଜିଲ୍ଲାପାଳଙ୍କ ନିଷ୍ପତି ।

୧୨–ଆଜିଠାରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। କୋଭିଡ ଗାଇଡଲାଇନରେ  କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ।

୧୩-ଆଜି ୟୁଏନ୍‌ଏସ୍‌ସି ବୈଠକରେ ଅଧ୍ୟକ୍ଷତା କରିବେ ମୋଦୀ ।

୧୪-ହୃଦୟ ଜିଣିଲେ ପ୍ରଧାନମନ୍ତ୍ରୀ ମୋଦି : ଅଲିମ୍ପିକ୍ସର ସଫଳ ଆୟୋଜନ ପାଇଁ ଜାପାନ ସରକାରଙ୍କୁ ଭୂରି ଭୂରି ପ୍ରଶଂସା, ଭାରତୀୟ ଖେଳାଳିଙ୍କୁ ତାରିଫ୍‌ ।

୧୫-ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ । ବର୍ଷା ଯୋଗୁଁ ଡ୍ର ହେଲା ପ୍ରଥମ ଟେଷ୍ଟ ।

Leave A Reply

Your email address will not be published.