ଆଜିର ମୁଖ୍ୟ ଖବର

0

୧-ହକି ଇଣ୍ଡିଆ ଲାଗି ପୁଣି ୧୦ବର୍ଷ ଲାଗି ପ୍ରାୟୋଜକ ହେବ ଓଡ଼ିଶା ସରକାର: ମୁଖ୍ୟମନ୍ତ୍ରୀ ।

୨-ମହିଳାମାନେ ନିର୍ଯାତନାର ଶିକାର ହେବା ସଂଗଠନ ଚାହେଁନି: ତାଲିବାନ୍ ।

୩-ଆଫଗାନିସ୍ତାନକୁ ଅକ୍ତିଆର୍ କଲା ତାଲିବାନ । ତାଲିବାନକୁ ନିଜ ପ୍ଲାଟଫର୍ମରୁ ବ୍ୟାନ କଲା ଫେସବୁକ୍ ।

୪-ଆଫଗାନିସ୍ତାନରେ ତାଲିବାନ ରାଜ ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏପରି ସ୍ଥିତି ପାଇଁ ଅସରଫ ଘନିକୁ କଲେ ଦାୟୀ ।

୫-ତାଲିବାନର ପ୍ରଥମ ସାମ୍ବାଦିକ ସମ୍ମିଳନୀ : ମହିଳା ମାନଙ୍କୁ ଶିକ୍ଷା ଓ କାମ କରିବାକୁ ସୁଯୋଗ ଦିଆଯିବ,  ଆଫଗାନିସ୍ତାନ ମାଟିକୁ ଅନ୍ୟ ଦେଶ ବିରୋଧରେ ବ୍ୟବହାର କରିବାକୁ ଦିଆଯିବ ନାହିଁ

୬–୨୦୨୧ ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି, ଅକ୍ଟୋବର ୨୪ରେ ଭାରତ ବନାମ ପାକିସ୍ତାନ ।

୭–+୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ, ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୪ ଯାଏ ଅନଲାଇନ୍‌ ଆବେଦନ ।

୮-ଆଫଗାନିସ୍ତାନ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ, ଗୃହ, ରକ୍ଷା,ଅର୍ଥ ମନ୍ତ୍ରୀଙ୍କ ସହ ଏନଏସଏ ସାମିଲ ।

୯-ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ଜେଲରୁ ମୁକ୍ତ ହେଲେ ଅନେକ ତାଲିବାନୀ ଆତଙ୍କବାଦୀ । ସେପଟେ ତାଲିବାନୀଙ୍କ ଖୁସି ମନାଉଥିବା ଫଟୋ, ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ।
.
୧୦-ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ- ସମସ୍ତ ଭାରତୀୟଙ୍କୁ ଆଫଗାନିସ୍ତାନରୁ ସୁରକ୍ଷିତ ଅଣାଯାଉ, ହିନ୍ଦୁ-ଶିଖଙ୍କୁ ଦିଆଯିବ ଶରଣ ।

୧୧-୫୩% ଲୋକଙ୍କ ପାଖରେ ପହଞ୍ଚିଛି ଆର୍ଥିକ ସେବା, ପ୍ରତିବର୍ଷ ଜୁଲାଇରେ ପ୍ରକାଶ ପାଇବ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସୂଚୀ ।

୧୨-ରାଜ୍ୟରେ କମ୍‌ ବର୍ଷା ଯୋଗୁଁ ସମ୍ଭାବ୍ୟ ଫସଲ କ୍ଷତିର ମୁକାବିଲା ନିମନ୍ତେ ଯୁଗ୍ମ-ମନ୍ତ୍ରୀସ୍ତରୀୟ ବୈଠକ ।

୧୩-ଆରପାରିରେ ସୁଡ୍‌କୋ ର ଗଡ୍‌ଫାଦର, ପ୍ରଥମେ ବାହାର କରିଥିଲେ ପୁଜୁଲ୍‌ ଭଳି ମାଇଣ୍ଡ୍‌ ଗେମ୍‌ ।

Leave A Reply

Your email address will not be published.