ଆଜିର ମୁଖ୍ୟ ଖବର

0

୧-ଓଡ଼ିଶା ଚିକିତ୍ସା କ୍ଷେତ୍ରରେ ନୂଆ ଅଧ୍ୟାୟ, SCBରେ ୯ଟି ଇକମୋ ମେସିନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ।

୨-ନାଟ୍ୟକାର ଅନନ୍ତ ମହାପାତ୍ର ଓ ନୃତ୍ୟଶିଳ୍ପୀ କୁମ୍‌କୁମ୍‌ ମହାନ୍ତି ପାଇବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ।

୩-ମରୁଡି ଆଶଙ୍କା ଭିତରେ ଆସିଲା ଆଶ୍ୱସ୍ତି କଲାଭଳି ଖବର । ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ୩୦ଯାଏଁ ପ୍ରବଳ ବର୍ଷାର ପୂର୍ବାନୁମାନ ।

୪-ରାଜ୍ୟ କ୍ୟାବିନେଟ ବୈଠକ ଶେଷ । ଇ-ଯାନ ପଲିସି ଉପରେ ବାଜିଲା କ୍ୟାବିନେଟ ମୋହର, ଗାଡି କିଣିଲେ ମିଳିବ ରିହାତି ।୨୦୨୫ ସୁଦ୍ଧା ଗଡିବ ୨୦% ବିଦ୍ୟୁତ ମୋଟର ଯାନ।

୫-ରାଜ୍ୟରେ ଚିହ୍ନଟ ହେଲେ ୮୧୬ ଆକ୍ରାନ୍ତ, ସେଥିମଧ୍ୟରୁ ୧୦୬ ଶିଶୁ, ମୃତ୍ୟୁ ସଂଖ୍ୟା ୬୯।

୬-ସେପ୍ଟେମ୍ବର ପହିଲାରେ ଖୋଲିବ ଲିଙ୍ଗରାଜ ମନ୍ଦିର, ଆଡକାଠରୁ ଦର୍ଶନ କରିବେ ଶ୍ରଦ୍ଧାଳୁ।

୭-ବିପଦ ଡାକିବ ପାର୍ବଣ ଋତୁ ! ୨ ମାସ ସତର୍କ ରହିବାକୁ କେନ୍ଦ୍ରର ପରାମର୍ଶ।

୮-ବାରିପଦା: ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏକାସଙ୍ଗେ ଇସ୍ତଫା ଦେଲେ ବିଜେପିର ୧୫ ଜିଲ୍ଲା ପରିଷଦ ସଦସ୍ୟ।

୯-କରୋନା ଲଢେଇରେ ବଡ ସଫଳତା, ଦେଶରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ଲୋକ ଲଗାଇଲେ ଟିକା।

୧୦-ଦେଶରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଖେଳିବେ ଆଇଏଏସ ଅଫିସର । ପାରାଅଲିମ୍ପିକ୍ସରେ କମାଲ କରିବେ ବ୍ୟାଡମିଣ୍ଟନ ଖେଳାଳି ତଥା ଆଇଏଏସ ଅଫିସର ସୁହାସ ଏଲୱାଇ

୧୧-କାବୁଲ ବିମାନବନ୍ଦରରେ ବିସ୍ଫୋରଣ ଘଟଣା । ଆମେରିକା ରାଷ୍ଟ୍ରପତି ବାଇଡେନ୍ କହିଲେ, ଖୋଜି ଖୋଜି ଆକ୍ରମଣକାରୀଙ୍କୁ ମାରିବ ଆମେରିକା।

Leave A Reply

Your email address will not be published.