ଆଜିର ମୁଖ୍ୟ ଖବର

0

୧-ଆଜି ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେବ ନବାନ୍ନ, ପୀଠରେ ପ୍ରସ୍ତୁତି ଜୋରସୋର।

୨-ଚାଷୀଙ୍କୁ ନୂଆଖାଇ ଭେଟ୍ ଦେବେ ରାଜ୍ୟ ସରକାର, ଆଜି ମିଳିବ କାଳିଆ ଟଙ୍କା, ୩୭ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ୨ହଜାର ଟଙ୍କା ଲେଖାଏଁ ପଠାଯିବ ।

୩-ପୁରୀ: ଶ୍ରୀଜିଉଙ୍କ ଦର୍ଶନ ପାଇଁ ଜାଲ ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖାଇ ୧୨ ଜଣ ଗିରଫ।

୪-ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭବ୍ୟ ସମ୍ୱର୍ଦ୍ଧନା, ଦେଲେ ୬ କୋଟି ଟଙ୍କାର ଚେକ୍‌, ଭଗତ କହିଲେ ‘ଡେପୁଟୀ କଲେକ୍ଟର ହେବା ମୋ ଇଚ୍ଛା’।

୫-ବଢିବ ନାହିଁ ମୂର୍ତ୍ତିର ଉଚ୍ଚତା, ଆଗାମୀ ବର୍ଷଠାରୁ ପୂଜା ଯାକଜକମରେ ପାଳନ କରିବା ପାଇଁ ମାଆଙ୍କ ନିକଟରେ ପ୍ରାର୍ଥନା କରିବା- ଏସଆରସି।

୬-ଭୁବନେଶ୍ୱର: ଧରାପଡିଲେ ମିସ୍ ୪୨୦, ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡ଼ା।
ମେଡିକାଲ ଆଡ଼ମିଶନ ନାଁ ରେ ୧୩ ଲକ୍ଷ ଠକେଇ ଅଭିଯୋଗ।

୭-କଟକ ବାରଙ୍ଗ ଥାନା ବେଣ୍ଟୁଆ ଗାଁ:ବାପ-ପୁଅଙ୍କ ମଧ୍ୟରେ ବିବାଦ ତେଜିବା ପରେ ଅଘଟଣ, ପୁଅକୁ ଗୁଳି କରି ହତ୍ୟା କଲା ବାପା।

୮-ଉତ୍ତରପ୍ରଦେଶ:ମଥୁରା ଆଖପାଖ ଅଞ୍ଚଳ ହେଲା ଧାର୍ମିକ କ୍ଷେତ୍ର,୧୦ ବର୍ଗ କିଲୋମିଟର ଅଞ୍ଚଳରେ ଆମିଷ ଓ ମଦ ନିଷେଧ।

୯-ନୂଆଦିଲ୍ଲୀରେ ପହଁଚିଲେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ, ଆଜି ହେବ ମନ୍ତ୍ରୀସ୍ତରୀୟ ଆଲୋଚନା।

୧୦-ମୁମ୍ବାଇରେ ଗଣପତିଙ୍କ ମଣ୍ଡପକୁ ଯାଇପାରିବେନି ଶ୍ରଦ୍ଧାଳୁ, ଶୋଭାଯାତ୍ରାକୁ ମନା, ୧୪୪ ଧାରା ଜାରି।

୧୧-ଜାତିସଂଘ ସୁରକ୍ଷା ପରିଷଦ ବିତର୍କରେ ଭାରତର ମତ : ଆତଙ୍କବାଦ କ୍ଷେତ୍ରରେ ତାଲିବାନ ନିଜର ପ୍ରତିଶ୍ରୁତି ପାଳନ କରୁ।

Leave A Reply

Your email address will not be published.