ଆଜିର ମୁଖ୍ୟ ଖବର

0

୧-୧୬୯୦ କୋଟି ଟଙ୍କାର କୋଭିଡ୍‌ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ – ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ, ଜନଜାତିଙ୍କୁ ମିଳିବ ସହାୟତା।

୨-ଗୋଟିଏ କ୍ଲିକରେ ଜାଣିହେବ ଅପରାଧୀଙ୍କ କଳା ଇତିହାସ, କମିଶନରେଟ ପୋଲିସ ଲଞ୍ଚ୍ କଲା କୁଣ୍ଡଳୀ ଓ ସନ୍ଧାନ ଆପ୍।

୩-ଆହୁରି ବିଗିଡ଼ିଲା ଗାୟିକା ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା, ଏୟାରଲିଫ୍ଟ ପାଇଁ ସହାୟତା ଲୋଡ଼ିଲେ ଶୁଭେଚ୍ଛୁ ଓ ପରିବାର ଲୋକେ।

୪-ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଏବେ ଜେଲରୁ ମୁକୁଳିଲେ ଅଭୟକାନ୍ତ ପାଠକ।

୫-କଟକଣା କୋହଳ ୧୭ ଜିଲାରେ ୨୧ରୁ ଡିଏଲ୍‌ ସେବା,ସକାଳ ୭ଟାରୁ ୧୦ ଟା ମଧ୍ୟରେ ସ୍ଲଟ୍‌ ବୁକିଂ ଆରମ୍ଭ ।

୬-କରୋନା କଟକଣାରେ ୫୦% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ କାର୍ଯ୍ୟାଳୟ, ୨ ଡୋଜ ଟିକା ନେଇଥିବା ସବୁ କର୍ମଚାରୀ କାର୍ଯ୍ୟାଳୟ ଆସିବେ।

୭-ଆଇଟିଆଇ ମାନ୍ୟତା( ଗ୍ରେଡିଂ) ଫେଜ୍-୨:ରାଜ୍ୟରେ ପ୍ରଥମ, ଦେଶରେ ୧୨ – ବ୍ରହ୍ମପୁର ଆଇଟିଆଇ।

୮-ରାଜ୍ୟରେ କୋଭିଡ ସ୍ଥିତି ନେଇ ପୋଲିସ ଡିଜିଙ୍କ ପ୍ରେସ ବାର୍ତ୍ତା : ‘ସଂକ୍ରମଣ କମିଛି ଶେଷ ହୋଇନି, ଏବେବି ସଚେତନତା ଏବଂ ସତର୍କତା ଜରୁରୀ’

୯-ଆଗାମୀ ତିନି ଦିନ ମଧ୍ୟରେ ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୬ଟି ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି।

୧୦-ଭୋପାଳ:ମହିଳାଙ୍କ ଠାରେ କରୋନାର ସବୁଠାରୁ ମାରାତ୍ମକ ଡେଲଟା ପ୍ଲସ ଭାରିଏଣ୍ଟ ଚିହ୍ନଟ, ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିଲାଣି ଛଅଟି ମାମଲା।

୧୧-ଜୁଲାଇ ୩୧ ସୁଦ୍ଧା CBSE,ICSE ଦ୍ବାଦଶ ଫଳ। ଦଶମ, ଏକାଦଶ ଓ ଦ୍ବାଦଶ ପ୍ରି ବୋର୍ଡ଼ ନମ୍ବର ବିଚାରକୁ ନିଆଯିବ।

୧୨-ମହାରାଷ୍ଟ୍ରର ରାଜ୍ୟ ଟାସ୍କଫୋର୍ସର ରିପୋର୍ଟ । ୨ରୁ ୪ ସପ୍ତାହ ଭିତରେ ମହାରାଷ୍ଟ୍ର କିମ୍ବା ମୁମ୍ବାଇରେ ପହଂଚିଯାଇ ପାରେ ତୃତୀୟ ଲହର ।

୧୩-କଡ ଲେଉଟାଇଲା ଭାଗ୍ୟ । ଦିନେ ରାସ୍ତା କଡରେ ବିକୁଥିଲା ଅଣ୍ଡା, ଏବେ ହେବ ବଡ ଅଫିସର । ବିହାର ସିଭିଲ ସର୍ଭିସ ପରୀକ୍ଷାରେ ପାସ କଲା ଅଣ୍ଡା ଦୋକାନୀ ‘ବିରେନ୍ଦ୍ର’।

Leave A Reply

Your email address will not be published.