OKYO ୨୦୨୦: ଦମଦାର ବିଜୟ ସହିତ କ୍ୱାର୍ଟରରେ ପୂଜା ରାଣୀ

0

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳାଙ୍କ ଦବଦବା ଜାରି ରହିଛି । ବୁଧବାର ମହିଳା ବକ୍ସର ପୂଜା ରାଣୀ ନିଜ ଓଜନ ବର୍ଗର ମୁକାବିଲାରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ଦିନରୁ ମୀରାବାଇ ଚାନୁ ରୌପ୍ୟ ପଦକ ହାସଲ କରିଥିବା ବେଳେ ଆସାମୀ ମହିଳା ବକ୍ସର ଲଭଲିନା ବୋର୍ଗେହାନ ମଧ୍ୟ କ୍ୱାର୍ଟରରେ ପ୍ରବେଶ କରିଛନ୍ତି । ବୁଧବାର ଅନୁଷ୍ଠିତ ୭୫ କିଗ୍ରା ଓଜନ ବର୍ଗର ମୁକାବିଲାରେ ପୂଜାରାଣୀ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଖେଳିବା ସହିତ ୫-୦ରେ ବିଜୟୀ ହୋଇଥିଲେ ।

ଏସିଆନ ଚାମ୍ପିୟନଶିପ୍ ସ୍ୱର୍ଣ୍ଣ ବିଜୟିନୀ ପୂଜା ରାଣୀ ଆଲଜେରିଆର ଇଚ୍ରାକ ଚୈବଙ୍କୁ ୫-୦ରେ ପରାସ୍ତ କରି ଟପ୍-୧୬ରେ ସାମିଲ ହୋଇଛନ୍ତି । ଭିୱାନୀର ୩୦ ବର୍ଷୀୟ ପୂଜା ନିଜଠାରୁ ୧୦ ବର୍ଷ ଛୋଟ ବକ୍ସରଙ୍କୁ ସହଜରେ ମାତ ଦେଇଥିଲେ ପୂଜା । ଏହା ସହିତ ପଦକ ହାସଲ ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି ପୂଜା । ଏହା ପୂର୍ବରୁ ପି ଭି ସିନ୍ଧୁ ଓ ଲଭଲିନା କ୍ୱାର୍ଟରରେ ପ୍ରବେଶ କରିଥିବା ବେଳେ ଭେଟେରାନ୍ ଏମ ସି ମେରୀ କମ୍ ପ୍ରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂଜା ଚଳିତ ବର୍ଷ ଏସିଆନ ଚାମ୍ପିୟନଶିପ୍ ଜିତିବା ସହିତ ବକ୍ସାମ ଇଣ୍ଟରନ୍ୟାସନାଲରେ ରୌପ୍ୟ ପଦକ ଜିତିଥିଲେ ।

Leave A Reply

Your email address will not be published.