ଟୋକିଓ ବିଦାୟ ପରେ କାନ୍ଦି ପକାଇଲେ ମନିକା ବାତ୍ରା

0

ଟୋକିଓ ୨୦୨୦ରୁ ବିଦାୟ ନେଇଛନ୍ତି ଭାରତୀୟ ଟେବଲ ଟେନିସ ଖେଳାଳି ମନିକା ବାତ୍ରା । ସୋମବାର ମହିଳା ସିଙ୍ଗଲ୍ସର ତୃତୀୟ ରାଉଣ୍ଡ ମ୍ୟାଚରେ ପରାଜିତ ହେବା ପରେ ମନିକା ବାତ୍ରା କାନ୍ଦି ପକାଇଥିଲେ । ଏପରିକି ମ୍ୟାଚ ପରବର୍ତ୍ତୀ ପ୍ରେସ କନଫରେନ୍ସରେ ମଧ୍ୟ କିଛି କହି ପାରିନଥିଲେ ମନିକା । ପ୍ରଥମ ରାଉଣ୍ଡରେ ସହଜ ବିଜୟ ପରେ ଦ୍ୱିତୀୟ ରାଉଣ୍ଡରେ ନିଜ ଠାରୁ ଉଚ୍ଚ ମାନ୍ୟତାପ୍ରାପ୍ତ ଖେଳାଳିଙ୍କୁ ପରାସ୍ତ କରିଥିଲେ ମନିକା ।

ସୋମବାର ତୃତୀୟ ରାଉଣ୍ଡରେ ମନିକାଙ୍କ ମୁକାବିଲା ଅଷ୍ଟ୍ରିଆର ସୋଫିଆ ପୋଲକାନୋଭାଙ୍କ ସହିତ ହୋଇଥିଲା । ବିଶ୍ୱ ମାନ୍ୟତାର ୧୭ ନମ୍ବର ସ୍ଥାନରେ ରହିଥିବା ପୋଲକାନୋଭା ମାତ୍ର ୨୮ ମିନିଟର ସମୟ ନେଇ ୪-୦(୧୧-୮, ୧୧-୨, ୧୧-୫, ୧୧-୭)ରେ ମନିକାଙ୍କୁ ପରାସ୍ତ କରିଥିଲେ । ମନିକାଙ୍କ ବ୍ୟକ୍ତିଗତ କୋଚ୍ ନଥିବା ବେଳେ ଜାତୀୟ କୋଚଙ୍କ ଠାରୁ ପରାମର୍ଶ ନେଉନଥିଲେ ମନିକା । କେବଳ ପ୍ରଥମ ସେଟକୁ ବାଦ ଦେଲେ ମନିକାଙ୍କ ଠାରୁ ସାମନ୍ୟ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିନଥିଲା । ସୁତୀର୍ଥା ମୁଖାର୍ଜୀ ନିଜର ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ପରାଜିତ ହୋଇଥିବା ବେଳେ ଏକମାତ୍ର ଭାରତୀୟ ଭାବରେ ଅଚନ୍ତା ଶରଥ କମଲ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

Leave A Reply

Your email address will not be published.