ପୃଥିବୀ ପ୍ରତି ବଡ଼ ବିପଦ, କ୍ଷୀପ୍ରବେଗରେ ମାଡିଆସୁଛି ବିରାଟକାୟ ଉଲ୍କାପିଣ୍ଡ

0

ପୃଥିବୀ ପ୍ରତି ବଡ଼ ବିପଦ । ମହାକାଶରୁ ପୃଥିବୀ ମୁହାଁ ବିରାଟକାୟ ଉଲ୍କାପିଣ୍ଡ । ଏହା ଆଉ କିଛି ଘଣ୍ଟା ମଧ୍ୟରେ ପୃଥିବୀ ଦେଇ ଅତିକ୍ରମ କରିବା ବୋଲି ଆଶଙ୍କା କରାଯାଉଛି ।

ଏହି ଉଲ୍କାପିଣ୍ଡ ଏତେ ବେଗରେ ଆସୁଛି ଯେ ଯଦି ଏହା ପୃଥିବୀ ସହ ମାଡ଼ ହୁଏ ତେବେ ମାଇଲ ମାଇଲ ଦୂର ଯାଏ ଏହା କ୍ଷତି ଘଟାଇବ । ଏପରିକି ଏହା ଯଦି ସମୁଦ୍ରରେ ପଡ଼େ ତେବେ ଏହା ସୁନାମୀ ସୃଷ୍ଟି କରିବାର ଭୟ ବି ରହିଛି ।

ମିଳିଥିବା ଖବର ଅନୁସାରେ ଏହି ବିରାଟକାୟ ଉଲକାପିଣ୍ଡ ସେକେଣ୍ଡ ପ୍ରତି ୧୩ କିଲୋମିଟର ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି । ଏହାର ଅର୍ଥ ଘଣ୍ଟା ପ୍ରତି ୪୬ ହଜାର ୫ଶହ କିଲୋମିଟର । କୁହାଯାଉଛି ଦିଲ୍ଲୀର କୁତବମିନାରଠାରୁ ୪ଗୁଣା ଅଧିକା ଏବଂ ଆମେରିକାର ଷ୍ଟାଚ୍ଯୁ ଅଫ୍ ଲିବର୍ଟିଠାରୁ ପ୍ରାୟ ତିନିଗୁଣା ଅଧିକ । ଏହି ଉଲ୍କାପିଣ୍ଡର ନାମ 2010 NY65 । ଏହାର ଲମ୍ବା ୧୦୧୭ ଫୁଟ ଅଟେ ।

ନାସା ପକ୍ଷରୁ କୁହାଯାଇଛି ଯେ, ଏହା ପୃଥିବୀଠାରୁ ୩୭ ଲକ୍ଷ କିଲୋମିଟର ଦୂରରୁ ଅତିକ୍ରମ କରିବ । ତେବେ ପୃଥିବୀ ପ୍ରତି କୌଣସି ବିପଦ ନଥିବା ନାସା କହିଛି । ଜୁନ୍ ମାସରେ ପୃଥିବୀ ନିକଟ ଦେଇ ଉଲକାପିଣ୍ଡ ଗତି କରିବାର ଏହା ହେବ ତୃତୀୟ ଘଟଣା । ପୂର୍ବରୁ ଜୁନ୍ ୬ରେ ପୃଥିବୀ ଦେଇ ଅତିକ୍ରମ କରିଥିଲା ଅଷ୍ଟ୍ରୋଏଡ ବା ଉଲକାପିଣ୍ଡ, ଯାହାର ନାଁ ଥିଲା ୨୦୦୨ ଏନଏନ ୪ ।

Leave A Reply

Your email address will not be published.