ସେପ୍ଟେମ୍ବରରୁ ଆରମ୍ଭ ହେବ ପିଲାଙ୍କ ଟିକାକରଣ!

0

କୋଭିଡର ତୃତୀୟ ଲହରର ଆଶଙ୍କା ମଧ୍ୟରେ ଗୋଟିଏ ଆଶ୍ୱସ୍ତିର ଖବର ଆସିଛି । ଏଥିରେ ପିଲାମାନେ ଅଧିକ ପ୍ରଭାବିତ ହେବା ନେଇ ବିଶେଷଜ୍ଞ ମାନେ କହୁଥିବା ବେଳେ ଏବେ ପିଲାମାନଙ୍କ ଟିକାକରଣକୁ ନେଇ ଆଶ୍ୱସ୍ତ କରିବା ପରି ଖବର ମିଳିଛି । ଏମ୍ସ ମୁଖ୍ୟ ଡା. ରଣଦୀପ ଗୁଲେରିୟା ଶନିବାର କହିଛନ୍ତି ଯେ, ଭାରତରେ ପିଲାମାନଙ୍କର କୋଭିଡ ଟିକାକରଣ ଚଳିତ ସେପ୍ଟେମ୍ବର ରୁ ଆରମ୍ଭ ହୋଇପାରେ। ସେପ୍ଟେମ୍ବର ଆରମ୍ଭରୁ ପିଲାମାନଙ୍କର ଟିକାକରଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ତେବେ ଏପର୍ୟ୍ୟନ୍ତ ଭାରତରେ ପିଲାମାନଙ୍କ ପାଇଁ କୌଣସି କୋଭିଡ -୧୯ ଟିକା ଅନୁମତି ଦିଆଯାଇନାହିଁ ।

ତେବେ ଏମ୍ସ ପକ୍ଷରୁ ଆସନ୍ତା ସପ୍ତାହରୁ ୨ରୁ ୬ ବର୍ଷର ପିଲାମାନଙ୍କ ପାଇଁ କୋଭାକ୍ସିନ୍ ଟିକାର କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ କରିବା ପାଇଁ ସବୁ ପ୍ରସ୍ତୁତି ହୋଇସାରିଛି । ତେବେ ବୟସ୍କ ମାନଙ୍କୁ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରୁ ଟିକାକରଣ ଅଭିଯାନ ଆରମ୍ଭ କରାଯାଇଛି । ଏଥିରେ କୋଭାକ୍ସିନ୍ ଏବଂ କୋଭିସିଲ୍ଟ ଟିକା ଦିଆଯାଉଛି । ସେପଟେ ଜାଇଡସ୍ କାଡିଲା ନିଜର କୋଭିଡ୍ ଟିକାକୁ ଡିଜିସିଆଇ ପକ୍ଷରୁ ଅନୁମତି ମିଳିବା ଅପେକ୍ଷାରେ ରହିଛି । ମଞ୍ଜୁରୀ ମିଳିବା ପରେ ୧୨ ରୁ ୧୮ ବର୍ଷର ପିଲାମାନଙ୍କୁ ଟିକା ଦିଆଯିବ ।

Leave A Reply

Your email address will not be published.