ଆଜି ୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ, ରାଜ୍ୟରେ ଟିକାର ଅଭାବ

0

ରାଜ୍ୟରେ ପୁଣି ଦେଖାଦେଇଛି ଟିକାର ଅଭାବ । ସେଥିପାଇଁ ଆଜି ରାଜ୍ୟର ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ରାଜ୍ୟର ଏକାଧିକ ଜିଲ୍ଲାରେ କୋଭିସିଲ୍ଡ ଟିକା ନଥିବାରୁ ଟିକାକରଣକୁ ବନ୍ଦ ରଖାଯିବ । ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼, କେନ୍ଦ୍ରାପଡ଼ା ଓ ନୂଆପଡ଼ା ଜିଲ୍ଲାରେ କୋଭିସିଲ୍ଡ ନଥିବାରୁ ଟିକାକରଣ ବନ୍ଦ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ରାଜ୍ୟରେ କେକର୍ଡ ସଂଖ୍ୟକ ୪ ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯାଇଥିଲା । ଏହାପରଠାରୁ ଧୀରେଧୀରେ ଟିକାକରଣରେ ହ୍ରାସ ଦେଖିବାକୁ ମିଳିଛି । ଏନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ତେବେ ଆସନ୍ତା ୧୫ ତାରିଖ ପରେ ପରବର୍ତ୍ତୀ ଡୋଜ୍ ଆସିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଆଜିଠାରୁ ରାଜ୍ୟରେ ଟିକାକରଣ କମିବ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ରାଜ୍ୟରେ ୧ ଲକ୍ଷ ୯ ହଜାର ୫୯୦ ଡୋଜ୍ କୋଭିସିଲ୍ଡ ଓ ୨ ଲକ୍ଷ ୫୪ ହଜାର ୩୦ ଡୋଜ୍ କୋଭାକ୍ସିନ୍ ଟିକା ମହଜୁଦ ରହିଛି । ତେବେ ମୋଟ ଉପରେ ଦେଖିବାକୁ ଗଲେ ଉଭୟ ଟିକା ରାଜ୍ୟରେ କମ୍ ମାତ୍ରାରେ ମହଜୁଦ୍ ରହିଛି । ତେଣୁ ଏହି ସମୟରେ କେନ୍ଦ୍ର ସରକାର ଓଡ଼ିଶାକୁ ଆବଶ୍ୟକ ମାତ୍ରାରେ ଟିକା ପଠାଇବା ଜରୁରୀ ବୋଲି କୁହାଯାଇଛି ।

Leave A Reply

Your email address will not be published.