ଟ୍ରୋଲ୍ ହେଲେ କୋହଲି

0

ଟ୍ରୋଲର ଶିକାର ହୋଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ବିରାଟ କୋହଲି ଜଣେ ଜଣେ ଶାକାହାରୀ ବୋଲି ପୂର୍ବରୁ ଅନେକ ବାର କହିଛନ୍ତି । ତେବେ ସେ ଅଣ୍ଡା ଖାଇବା କଥା କହିବା ପରେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଥିବା ଦେଖିବାକୁ ମିଳିଛି ।

ୱାଲ୍ଡ ଟେଷ୍ଟ ଚାମ୍ପିୟନସିପ ଲାଗି ଭାରତ ଜୁନ୍ ୩ରେ ଇଂଲଣ୍ଡ ଗସ୍ତରେ ଯିବ । ତେବେ ଏହି ଗସ୍ତ ପୂର୍ବରୁ କୋହଲି ନିଜର ଇନଷ୍ଟାଗ୍ରାମ ପେଜରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ କି ‘ ମୋତେ ପଚାରନ୍ତୁ କିଛି ପ୍ରଶ୍ନ’ । ପ୍ରଂଶସକଙ୍କୁ ପ୍ରଶ୍ନ ପଚାରିବା ଲାଗି ବିରାଟ୍ ନିଜ ପେଜରେ ଫୋଷ୍ଟ କରିଥିଲେ । ତାଙ୍କ ଫ୍ୟାନ୍ସମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ତେବେ ଜଣେ ପ୍ରଶସଂକ ତାଙ୍କୁ ଖାଦ୍ୟକୁ ନେଇ ପ୍ରଶ୍ନ କରିଥିଲେ ।

ବିରାଟ ନିଜ ଉତ୍ତରରେ କହିଥିଲେ କି ତାଙ୍କୁ ‘‘ବହୁ ପନିପରିବା, କିଛି ଅଣ୍ଡା, ୨ କପ୍ କଫି, କିନୋଆ, ପାଳଙ୍ଗ ସାଗ ସହ ଦୋସା ବି ଖାଇବାକୁ ଭଲପାଏ। କିନ୍ତୁ ଏହି ସମସ୍ତ ଖାଦ୍ୟ ପରିମାଣ ନିୟନ୍ତ୍ରଣରେ ରଖିଥାଏ’’ । ବିରାଟ ଅଣ୍ଡ ଖାଇବା କଥା କହିବା ପରେ ସେ ଟ୍ରୋଲର ଶିକାର ହୋଇଥିଲେ । କାରଣ ପୂର୍ବରୁ ସମସ୍ତ ଜାଣିଥିଲେ କି କୋହଲି ହେଉଛନ୍ତି ଶାକାହାରୀ । ସେପଟେ ପରେ କୋହଲି କହିଥିଲେ କି ମୁଁ କେବେ କହିନାହିଁ କି ମୁଁ ଶାକାହାରୀ ।

Leave A Reply

Your email address will not be published.