ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି, ଟ୍ୱିଟ୍ କରି ଦେଲେ ସୂଚନା

0

ଭାରତୀୟ କ୍ରିକେଟ ଦଳର ଅଧିନାୟକ ପଦବୀ ଛାଡିବେ ବିରାଟ କୋହଲି । ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ଛାଡ଼ିବେ ବୋଲି ଖୋଦ୍ ବିରାଟ କୋହଲି ଆଜି ଟ୍ୱିଟ କରି ସୂଚନା ଦେଇଛନ୍ତି । ଆଗାମୀ ବିଶ୍ୱକପ୍ ପରେ ସେ ଅଧିନାୟକ ପଦ ଛାଡ଼ିବେ ବୋଲି ଘୋଷଣା କରିଛନ୍ତି । ଅଧିକ ଖେଳ ଚାପ ଯୋଗୁଁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ବିରାଟ ଜଣାଇଛନ୍ତି । ସେ ଏଣିକି ଦିନିକିଆ ଓ ଟେଷ୍ଟ ପାଇଁ ଅଧିକ ସମୟ ଦେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।

ସେ କହିଛନ୍ତି ଯେ, ‘୩ଟି ଫର୍ମାଟରେ ଅଧିନାୟକ ଥିବାରୁ ଅଧିକ ଚାପ ପଡୁଛି । କୋଚ ରବି ଶାସ୍ତ୍ରୀ ଓ ରୋହିତ ଶର୍ମାଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ।’

ତେବେ ଦୁବାଇରେ ଟି-୨୦ ବିଶ୍ୱକପ୍ ପରେ ଫର୍ମାଟର ଅଧିନାୟକ ପଦ ଛାଡିବେ ବିରାଟ । ଏନେଇ ବିସିସିଆଇ ସଭାପତି ଓ ସମ୍ପାଦକଙ୍କ ସହ ସେ ଆଲୋଚନା ମଧ୍ୟ କରିଛନ୍ତି । ଟେଷ୍ଟ ଓ ଦିନିକିଆରେ ଅଧିନାୟକ ଦାୟିତ୍ୱ ନିର୍ବାହ କରିବେ ବିରାଟ । ଏହି ଦୁଇଟି ଫର୍ମାଟରେ ଅଧିନାୟକ ଭାବେ ଅଧିକ ସମୟ ଦେବେ । ଟି-୨୦ ଟିମର ସଦସ୍ୟ ଭାବେ ସେ କାର୍ଯ୍ୟ କରିବେ ।

https://twitter.com/imVkohli/status/1438478585518456832

Leave A Reply

Your email address will not be published.