ଘର ଭିତରେ ଅଧିକ ଲୋକ ରହୁଥିଲେ ମାସ୍କ ପିନ୍ଧନ୍ତୁ

0

କରୋନା ସଂକ୍ରମଣ ହ୍ରାସ ପାଇଲେ ସୁଦ୍ଧା ଏପର୍ଯ୍ୟନ୍ତ ବିପଦ ଟଳିନି । ତେଣୁ ପୂର୍ବବତ୍ ସଚେତନ ରହିବାର ଆବଶ୍ୟକ ରହିଛି । ଏନେଇ ବିଶେଷଜ୍ଞ ଠାରୁ ଆରମ୍ଭ କରି ବରିଷ୍ଠ ଡାକ୍ତର ମାନେ ମଧ୍ୟ ପରାମର୍ଶ ଦେଉଛନ୍ତି । ତେବେ କରୋନା ସଂକମ୍ରଣ କମିବା ନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଘରେ ଭିତରେ ଅଧିକ ଲୋକ ରହୁଥିଲେ ମାସ୍କ ପିନ୍ଧନ୍ତୁ । ବର୍ତ୍ତମାନ ଲକଡାଉନ୍ ଜାରି ରହିଛି । ତେଣୁ ସଂକ୍ରମଣ କମୁଛି, ହେଲେ ସଂକ୍ରମଣ କମିଲେ ବି ସଚେତନ ରହିବା ଜରୁରୀ । ଏବେ ଲକଡାଉନ୍ ଓ ଅନଲକ୍ ନିୟମିତ ପ୍ରକ୍ରିୟା ହୋଇଯାଇଛି ।

ଆଉ ଆଗକୁ ଅନଲକ୍ ହେବ କି ନାହିଁ ତାହା କେବଳ ସଂକ୍ରମିତଙ୍କ ସଂଖ୍ୟା ଓ ଲୋକଙ୍କ ବ୍ୟବହାର ଉପରେ ନିର୍ଭର କରୁଛି । ତେଣୁ ପରିସ୍ଥିତିକୁ ତର୍ଜମା କରାଯାଇ ଅନଲକ୍ ପ୍ରକ୍ରିୟା ଅନୁଧ୍ୟାନ କରାଯିବ । ସେହିପରି ଭାଇରସ୍ ର ମ୍ୟୁଟାଣ୍ଟ ରହିଛି । ସେଥିମଧ୍ୟରୁ ଡେଲଟା ପ୍ରଜାତି ଅଧିକ ଇଫେକ୍ଟିଭ୍ । ଅନ୍ୟପଟେ ନକଲି ଔଷଧ ନୂଆ ନୁହେଁ । ଏଥିପାଇଁ ପୂର୍ବରୁ ଆଇନ୍ ରହିଛି । ଏହାକୁ ନେଇ ସରକାର ସଚେତନ ରହିଛନ୍ତି । ଏହି ପରି କଳାବଜାରୀ କରୁଥିବା ଲୋକଙ୍କ ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.