Civil Service: ସିଲେକ୍ସନ୍ କ୍ଷେତ୍ରରେ କିଏ ଆଗରେ

0

ସିଭିଲ୍ ସର୍ଭିସରେ ସଫଳତା କ୍ଷେତ୍ରରେ ପୁଅ ଓ ଝିଅଙ୍କୁ ନେଇ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି)ର ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ୨୪-୨୬ ବର୍ଷ ବୟସ୍କଙ୍କ ମଧ୍ୟରେ ୩୧.୩% ପୁଅ ଓ ୩୫.୮% ଝିଅ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ୨୪ରୁ ୨୬ ବୟସ୍କଙ୍କ ମଧ୍ୟରେ ଝିଅମାନେ ଅଧିକ ମାତ୍ରାରେ ସଫଳତା ଅର୍ଜନ କରିଛନ୍ତି । ଗତ ୪ ବର୍ଷ ମଧ୍ୟରେ ଅଧିକାଂଶ ପରୀକ୍ଷାର୍ଥୀ ତୃତୀୟ ପ୍ରୟାସରେ ସଫଳ ହୋଇଥିବା ଜଣାପଡ଼ିଛି ।

ୟୁପିଏସସି ପକ୍ଷରୁ ଗତ ୪ ବର୍ଷର ସମସ୍ତ ତଥ୍ୟାବଳୀ ପ୍ରକାଶ କରାଯାଇଛି । ଏହି ରିପୋର୍ଟରୁ ଅନେକ ରୋଚକ ତଥ୍ୟ ପଦାକୁ ଆସିଛି । ରିପୋର୍ଟ ମୁତାବିକ, ସିଭିଲ ସର୍ଭିସରେ ଉତ୍ତୀର୍ଣ୍ଣ ହେଉଥିବା ଅଧିକାଂଶ ପରୀକ୍ଷାର୍ଥୀଙ୍କ ବୟସ ୨୪ରୁ ୨୬ ମଧ୍ୟରେ ହୋଇଥାଏ । ୨୪.୦୨% ପରୀକ୍ଷାର୍ଥୀ ତୃତୀୟ ପ୍ରୟାସରେ ପରୀକ୍ଷାରେ ପାସ୍ କରିଛନ୍ତି । ସେଥିମଧ୍ୟରେୁ ୨୨.୯୪% ପୁଅ ଓ ୨୭.୪୬% ଝିଅ ରହିଛନ୍ତି । ଅନ୍ୟପକ୍ଷରେ ୬ଷ୍ଠ ପ୍ରୟାସରେ ମାତ୍ର ୮.୩୭% ପରୀକ୍ଷାର୍ଥୀ ପାସ୍ କରିଛନ୍ତି, ଯେଉଁଥିରେ କି ୮.୪% ପୁଅ ଓ ୮.୨୯% ଝିଅ ରହିଛନ୍ତି । ସେହିପରି ୨୧ରୁ ୨୬ ବୟସ୍କଙ୍କ ମଧ୍ୟରେ ପୁଅଙ୍କ ଅପେକ୍ଷା ଝିଅଙ୍କ ସଫଳତା ହାର ଅଧିକ ରହିଛି । ସାଧାରଣତଃ ୨୪ରୁ ୨୬ ବର୍ଷ ମଧ୍ୟରେ ଅଧିକାଂଶ ନିଜର ଭବିଷ୍ୟତକୁ ନେଇ ସିରିୟସ୍ ରହିଥିବାରୁ କ୍ୟାରିୟର ଉପରେ ଅଧିକ ଫୋକସ୍ କରିଥାନ୍ତି ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.