ବନ୍ୟ ଜୀବଜନ୍ତୁ ମାନଙ୍କ ପାଇଁ ବରଦାନ ସାଜିଛି ଲକ୍ ଡାଉନ୍

0

କରୋନା ଭାଇରସ୍ ସାଧାରଣ ଜୀବନ ଯାପନ କୁ ଠପ୍ କରିଦେଇଛି l ଏହି କରୋନା ଭାଇରସ ପାଇଁ ପ୍ରାୟ ଅଧିକାଂଶ ଦେଶ ଲକ୍ ଡାଉନ୍ ନିୟମକୁ ପାଳନ କରୁଛନ୍ତି l ଏହାରି ଭିତରେ ଦେଖିବାକୁ ମିଲୁଛି ସ୍ଵାଧୀନତାର ଚିତ୍ର l ସତେ ଯେମିତି ଏହି ଲକ୍ ଡାଉନ୍ ପଶୁ ପକ୍ଷୀ ମାନଙ୍କ ପାଇଁ ବରଦାନ ସଦୃଶ ହୋଇଛି l ନା ଅଛି ଲୋକଙ୍କ ଗହଳି, ନା ଅଛି ଗାଡି ମଟରର କୋଳାହଳ l

ଏହାରି ଭିତରେ ପ୍ରକୃତିର କୋଳରେ ଖୋଲା ଆକାଶ ତଳେ ବିଚରଣ କରୁଛନ୍ତି l ପଶୁ ପକ୍ଷୀ ମାନେ ବିନା ଭୟରେ ବିଚରଣ କରୁଛନ୍ତି l ସବୁଠାରୁ ବଡ଼ କଥା ହେଉଛି ପ୍ରଦୂଷଣ ର ମାତ୍ରା କମ୍ ହେବାରୁ ବନ୍ୟ ଜୀବଜନ୍ତୁ ମାନେ ବିଚରଣ କରିପାରୁଛନ୍ତି l ଲକ୍ ଡାଉନ୍ ପରେ କିଛି ଜାତୀୟ ଗଣମାଧ୍ୟମ ରାଜ ରାସ୍ତା ରେ କିପରି ଜିବଜନ୍ତୁ ମାନେ ଚଳପ୍ରଚଳ କରିବାକୁ ଭଲ ପାଉଛନ୍ତି ସେ ନେଇ କିଛି ରିପୋର୍ଟ ପ୍ରକାଶ ପାଇଥିଲା l କେରଳର ଜାତୀୟ ରାଜପଥରେ ଦଳ ଦଳ ହାତୀ ପଲ ବୁଲିବା ହେଉ କି ଦିଲ୍ଲୀର ନୋଇଡା ସହରରେ ସହ ସହ ମୟୁର ନିର୍ଭୟରେ ଚାଳପ୍ରଚଳ ହେବା ସତେ ଯେମିତି ଏମାନେ ପାଇଯାଇଛନ୍ତି ସ୍ଵାଧୀନତା l

Leave A Reply

Your email address will not be published.