୧୪ ଜିଲ୍ଲା ସାବଧାନ୍! ଅବପାତ ଯୋଗୁଁ ୟେଲୋ ୱାର୍ଣ୍ଣିଂ ଜାରି, ପ୍ରବଳ ବର୍ଷିବ

0

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଗଭୀର ଅବପାତର ପ୍ରଭାବ ଏବେ ବି ସକ୍ରୀୟ ରହିଛି । ଆସନ୍ତା ୪୮ ଘଣ୍ଟାରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ୪୮ ଘଣ୍ଟାରେ ଛତିଶଗଡ଼, ମଧ୍ୟପ୍ରଦେଶ ମୁହାଁ ହେବ । ପରବର୍ତ୍ତୀ ୬ ଘଣ୍ଟାରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ।

ଏହା ପ୍ରଭାବରେ ୧୪ ଜିଲ୍ଲା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କେନ୍ଦୁଝର ।

ତେବେ ଅନୁଗୁଳ ଓ ସୁବର୍ଣ୍ଣପୁରରେ ରେକର୍ଡ ଭାଙ୍ଗିଛି ବର୍ଷା ବିତ୍ପାତ । ଅନୁଗୁଳର ତାଳଚେରରେ ସର୍ବାଧିକ ୩୯୪ ମିମି ବର୍ଷା ରେକର୍ଡ ହୋଇଛି । ସୁବର୍ଣ୍ଣପୁରର ବୀରମହାରାଜପୁରରେ ୩୭୨ ମିମି ବର୍ଷା ରେକର୍ଡ ହୋଇଛି । ସୋନପୁର ଟାଉନରେ ୨୭୧.୮ ମିମି, ବୌଦ୍ଧରେ ୨୬୨ ମିମି, ପାଟଣାଗଡ଼ରେ ୨୫୧ ମିମି ବର୍ଷା ହୋଇଛି । ମୋଟ ୪୧ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

Leave A Reply

Your email address will not be published.