ଏଣିକି ପ୍ରଶ୍ନପତ୍ର ବାକ୍ସରେ ଲାଗିବ ଡିଜିଟାଲ ଲକର     

0

ଓଡ଼ିଆ ନ୍ୟୁଜ୍: ଏଣିକି ପ୍ରଶ୍ନପତ୍ର ବାକ୍ସରେ ଲାଗିବ ଡିଜିଟାଲ ଲକର। ମାଟ୍ରିକ୍ ପରୀକ୍ଷାରେ ବାରମ୍ବାର ପ୍ରଶ୍ନ ପତ୍ର ଲିକ୍ ହେବା ଘଟଣା ଗତ କିଛି ବର୍ଷ ଶିକ୍ଷା ବିଭାଗର ଚିନ୍ତା ବଡେଇଥିବା ବେଳେ ଏବେ ଏହାକୁ ନେଇ ଅଣ୍ଟା ଭିଡିଛି ନୂଆ ସରକାରଙ୍କ ଶିକ୍ଷା ବ୍ୟବସ୍ଥା। ଛାତ୍ରଛାତ୍ରଙ୍କ ଭବିଷ୍ୟତକୁ ନଜରରେ ରଖି ଏପରି କରାଯାଇଛି। ପ୍ରଶ୍ନ ପତ୍ରକୁ କିପରି ସୁରକ୍ଷିତ ପିଲାଙ୍କ ପାଖରେ ପହଞ୍ଚାଯିବ ସେନେଇ ବିଏସଇ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ପୂର୍ବରୁ ପ୍ରଶ୍ନ ପତ୍ରରେ ନମ୍ବରିଂ ଏବହ ବାରକୋଡ ଭଳି ବ୍ରବସ୍ଥା ଘୋଷଣା କରାଯାଇଥିବା ବେଳେ ଏବେ ପ୍ରଶ୍ନପତ୍ର ଯାଉଥିବା ବାକ୍ସରେ ବିଏସଇ ପକ୍ଷରୁ ଡିଜିଟାଲ ଲକର ବ୍ୟବସ୍ଥା କରାଯିବ। ପ୍ରଶ୍ନପତ୍ର ଲିକ୍ ସଙ୍କଟକୁ ଏଡାଇବା ପାଇଁ ଡିଜିଟାଲ ଲକର ବ୍ୟବସ୍ଥା ଆରମ୍ଭ କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଏନେଇ  ସୂଚନା ଦେଇଛନ୍ତି ବିଏସଇ  ଉପସଭାପତି  ନିହାର ରଂଜନ ମହାନ୍ତି। ବୋର୍ଡରୁ  ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଇବାକୁ ଥିବା ବାକ୍ସରେ ଏଣିକି ଡିଜିଟାଲ ଲକ ରହିବ। ୧୮୩ ଟି ସେଣ୍ଟରକୁ ଯିବାକୁ ଥିବା ପ୍ରଶ୍ନପତ୍ର ବାକ୍ସରେ  ଲାଗିବ ଡିଜିଟାଲ ଲକର। ଆସନ୍ତା ୧୭ରେ  ଓଏସଏସଟିଇଟିରେ ପ୍ରଥମ କରି ବ୍ୟବହାର କରାଯିବ। ଆଗାମୀ ଦିନରେ ମାଟ୍ରିକ ପରୀକ୍ଷାରେ ଏହି ବ୍ୟବସ୍ଥା ବ୍ୟବହାର କରାଯିବ।

ତେବେ ବୋର୍ଡର ନୂଆ ନିୟମ ଅନୁଯାୟୀ, ଏଣିକି ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା-୨୦୨୫ର ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ‌ବୋର୍ଡ ଦ୍ବାରା ପରୀକ୍ଷା ପାଇଁ ପ୍ରଶ୍ନପତ୍ର ନମ୍ବରିଂ ବ୍ୟବସ୍ଥା କରାଯିବ । ପ୍ରଶ୍ନପତ୍ରକୁ ନମ୍ବରିଂ କରାଯିବା ସହ ଏଥିରେ ୱାଟର ମାର୍କ ଲାଗିବ। ବାର୍ କୋର୍ଡ ସହ ସିକ୍ୟୁରିଟି କୋର୍ଡ ମଧ୍ୟ ରହିବ। ଫଳରେ ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ, କେଉଁଠୁ ହୋଇଛି ତାହା ଜଣାପଡ଼ିବ।

Leave A Reply

Your email address will not be published.