କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି ଓ ସିବିଆଇ ତଦନ୍ତ ଦାବିରେ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

0

ଭୁବନେଶ୍ୱର ତା ୨୦.୧୦- କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମହାଲିଙ୍ଗ ସନସାଇନ୍ ପ୍ଲବିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଉଦାସୀନ । ଉକ୍ତ ଘଟଣାରେ ସ୍କୁଲର ସଭାପତି ଗୋବିନ୍ଦ ସାହୁ ପୋଲିସ୍ ହେପାଜତରୁ ଫେରାର ହେବା ଓ ପୁଣି ଗିରଫ ହେବା, ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତି ଏହି ଘଟଣାକୁ ସନ୍ଦେହ ଘେରକୁ ଟାଣିନେଇଛି । ଏ ସଂପର୍କରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଙ୍କ ନିର୍ଦେଶରେ ପିସିସି ପକ୍ଷରୁ ପିସିସି ଉପସଭାପତି ତଥା କଂଟାବାଞ୍ଜି ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଏକ ୮ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜଭବନ ଠାରେ ମହାମହିମ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବାରୁ ଏବଂ ପ୍ରଶାସନର ଚାପ ଏଡାଇବା ନିମନ୍ତେ ମାନ୍ୟବର ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ସିବିଆଇ ତଦନ୍ତ କରାଯିବାକୁ କଂଗ୍ରେସ ଦଳ ଦାବି କରିଛି ।

Leave A Reply

Your email address will not be published.