ଧୁମ ମଚାଉଛି ମୋଦୀଙ୍କ ଗୀତ

0

ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ଚର୍ଚ୍ଚାରେ ମୋଦୀଙ୍କ ଗରବା ଗୀତ । ସାମ୍ନାକୁ ଆସିଛି ତାଙ୍କର ଆଉ ଏକ ଚତ୍ମକାର ପ୍ରତିଭା । ପ୍ରଧାନମନ୍ତ୍ରୀ ହେବା ସହ ଏବେ ପାଲଟିଛନ୍ତି ଗୀତିକାର । ନବରାତ୍ରୀ ପୂର୍ବରୁ ମୋଦୀଙ୍କ ଦ୍ୱାରା ଲିଖିତ ଗରବା ଗୀତ ୟୁଟୁ୍ୟବ୍ରେ ରିଲିଜ୍ ହୋଇଛି । ଗୀତ ରିଲିଜ ହେବାର କିଛି ସମୟ ମଧ୍ୟରେ ଲକ୍ଷ ଲକ୍ଷ ଲୋକେ ଏହାକୁ ପସନ୍ଦ କରିଛନ୍ତି ।

ସଂଗୀତ ଦୁନିଆର ପ୍ରସିଦ୍ଧ ଗାୟିକା ଧ୍ୱନୀ ଭାନୁଶାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଲିଖିତ ଏହି କବିତାଟିରେ କଣ୍ଠଦାନ କରିଛନ୍ତି । ଆଉ ଏହାକୁ ସଂଗୀତରେ ସଜାଇଛନ୍ତି ତନିସ୍କ ବାଗ୍ଚି । ଜେଜଷ୍ଟ ମୁ୍ୟଜିକ୍ ସହଯୋଗରେ ଏହାର ଟ୍ରାକ୍ “ଗରବୋ’ ୟୁଟୁ୍ୟବରେ ଖୁବ ଲୋକପ୍ରିୟ ହୋଇଛି । ତେବେ ଧ୍ୱନୀ ଏହି ପ୍ରକଳ୍ପ ସହିତ ଜଡିତ ହୋଇ ଅତ୍ୟନ୍ତ ଆନନ୍ଦିତ ଏବଂ ଏହାକୁ ବିଶ୍ୱରେ ଉପସ୍ଥାପନ କରିବାର ସୌଭାଗ୍ୟ ପାଇଥିବାରୁ ସେ ନିଜକୁ ଗୌରବାନ୍ୱିତ ମନେ କରଛନ୍ତି ବୋଲି ସେ ଏକ୍ସରେ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟର ପ୍ରତିଉତରରେ ମୋଦି କହିଛନ୍ତି, ଦୀର୍ଘ ବର୍ଷର ଧରି ଲେଖିଥିବା ଗୀତକୁ ଅତି ସୁନ୍ଦର ଭାବେ ସଜାଯାଇ ଉପସ୍ଥାପନା କରାଯାଇଛି ।

ଏହା ତାଙ୍କୁ ପୁରୁଣା ଦିନର କଥା ମନେ ପକାଇଦେଇଛି କହିବା ସହ ପୁରା ଟିମ୍କୁ ମୋଦୀ ଧନ୍ୟବାଦ ଜଣାଇଛନ୍ତି । ଜ୍ୟାକି ଭଗନାନୀ ପ୍ରଯୋଜିତ ଓ ନଦିମ ଶାହାଙ୍କ ନିଦେ୍ର୍ଦଶରେ ଗରବୋ ଗୀତର ଭିଡିଓକୁ ୟୁ୍ୟଟୁବରେ ରିଲିଜ କରାଯାଇଛି ।

Leave A Reply

Your email address will not be published.