ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କର୍ଣ୍ଣାଟକର ପୁରୁଣା ପାଠର ପୁନରାବୃତ୍ତି କରିବ କଂଗ୍ରେସ। ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମେୟା। ଡିକେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ। ଏଥିସହିତ ରାଜ୍ୟ କ୍ୟାବିନେଟ୍ରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି। । ସିଦ୍ଦରମେୟା ଓ ଡିକେ ଶିବକୁମାର ଉଭୟ କର୍ଣ୍ଣାଟକ କଂଗ୍ରେସର ଦୁଇ ବରିଷ୍ଠ ନେତା ହୋଇଥିବାରୁ ଏମାନଙ୍କୁ ମଧ୍ୟରୁ କାହାକୁ ବି ଅଣଦେଖା ଯେଭଳି ନ କରାଯାଏ କଂଗ୍ରେସ ହାଇକମାଣ୍ଡ ସେଥିପ୍ରତି ନଜର ରଖିଛନ୍ତି । ତେବେ ବର୍ତ୍ତମାନ ଖବର ମିଳିଛି ଯେ ଶିବକୁମାରଙ୍କୁ ହାଇକମାଣ୍ଡ ଦେଇଥିବା ପ୍ରସ୍ତାବକୁ ସେ ଅସ୍ବୀକାର କରିଛନ୍ତି । ପ୍ରଥମେ ଉପମୁଖ୍ୟମନ୍ତ୍ରୀ ହେବା ପ୍ରସ୍ତାବକୁ ସେ ମନା କରିବା ପରେ କଂଗ୍ରେସ ହାଇକମାଣ୍ଡ ୫୦:୫୦ ଫର୍ମୁଲା ( ଉଭୟ ଅଢେଇବଷଁ ଲେଖାଏଁ ମୁଖ୍ୟମନ୍ତ୍ରୀ ହେବେ) ପ୍ରସ୍ତାବ ମଧ୍ୟ ଦେଇଥିଲେ । କିନ୍ତୁ ଶିବକୁମାର ଏହାକୁ ନେଇ ସର୍ତ୍ତ ରଖିଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସେ କହିଛନ୍ତି ଯେ ଯଦି ୫୦:୫୦ ଫର୍ମୁଲା ଲାଗୁହେବ ତେବେ ପ୍ରଥମ ଅଢେଇ ବର୍ଷର କାର୍ଯ୍ୟକାଳ ତାଙ୍କୁ ଦିଆଯାଉ । ଶିବକୁମାର କହିଛନ୍ତି ଯଦି ଦେବାର ଅଛି ତେବେ ପ୍ରଥମ ଅଢେଇ ବର୍ଷର କାର୍ଯ୍ୟକାଳ ମତେ ଦିଆଯାଉ, ନଚେତ କିଛି ନ ଦିଆଯାଉ ।
ସୂଚନାନୁସାରେ, ଡି.କେ ଶିବକୁମାରଙ୍କୁ ପୂର୍ବରୁ ୬ଟି ବିଭାଗର ମନ୍ତ୍ରୀ ସହ ଉପମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରାଯିବ ବୋଲି ପ୍ରସ୍ତାବ ଦିଆଯାଇଥିଲା। ତେବେ ଏଥିରେ ସେ ରାଜି ହୋଇ ନଥିଲେ ।