ବାତ୍ୟା ଦାନା କୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ବାସୁଦେବପୁର ପ୍ରଶାସନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାତ୍ୟା ଦାନା କୁ ନେଇ ବାସୁଦେବପୁର ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ମିଳିଛି। ବିଡିଓ ସଞ୍ଜୀବ କୁମାର ସାହୁ ଙ୍କ ସଂଯୋଜନା ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପ୍ରଶାସନ ପକ୍ଷରୁ ଘନ ଘନ ଗସ୍ତ ସମୁଦ୍ର କୂଳିଆ ଅଞ୍ଚଳ କୁ ଜାରି ରହିଛି। ଲୋକ ମାନଙ୍କୁ ସଚେତନ କରାଇବା ସହ ବାତ୍ୟା ଆଶ୍ରୟ ସ୍ଥଳୀ କୁ ଯିବା ପାଇଁ କୁହା ଯାଉଛି।

ଡାକ ବାଜି ଯନ୍ତ୍ର ଦ୍ବାରା ପ୍ରଚାର ପ୍ରସାର କୁ ଜୋର୍ ଦାର କରାଯାଉଛି। ବିଦ୍ୟୁତ୍ ବିଭାଗ କର୍ମ ଚାରି ମାନେ ବିଭିନ୍ନ ସ୍ଥାନ ବୁଲି ବିପଦ ପୂର୍ଣ୍ଣ ରେ ଥିବା ଗଛ କଟା ରେ ଲାଗି ପଡ଼ି ଛନ୍ତି। ଜିଲ୍ଲାରୁ ଅଧିକାରୀ ମାନଙ୍କ ର ଗସ୍ତ ଜାରି ରହିଛି। ବାସୁଦେବପୁର ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ମିଳିଛି।

୨୩ ତାରିଖ ବୁଧବାର ଅପରାହ୍ନରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ଅଶୋକ କୁମାର ଦାସ, ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ତହସିଲ ଦାର୍, ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ବିଡିଓ ସଞ୍ଜୀବ ସାହୁ,ଏସ ଡି ପି ଓ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ, ଥାନା ଅଧିକାରୀ ଓ ଅନ୍ୟ ଅଧିକାରୀ ମାନଙ୍କ ଉପସ୍ଥିତି ରେ ବାତ୍ୟା ଦାନା କୁ ମୁକାବିଲା ପାଇଁ ପଦକ୍ଷେପ ସମ୍ପର୍କ ରେ ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ଜରୁରୀ ବୈଠକ ରେ ଆଲୋଚନା କରାଯାଇଛି। ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବାତ୍ୟା ଦାନା କୁ ମୁକାବିଲା କରିବା ପାଇଁ ସମସ୍ତେ ସଜାଗ ଅଛୁ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.