ବିଜୁ ଛାତ୍ର ଜନତା ଦଳର ନେତୃତ୍ୱ ସମ୍ମିଳନୀ ଆୟୋଜନ

0

ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ବରମୁଣ୍ଡା ପଡିଆ ଠାରେ ବିଶ୍ୱାଳ ନେତୃତ୍ୟ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାନ୍ୟବର ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା , ମାନ୍ୟବର ବିଧାୟକ ତଥା ବରିଷ୍ଠ ଉପସଭାପତି ଓ ବରିଷ୍ଠ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀଯୁକ୍ତ ସଞ୍ଜୟ ଦାସ ବର୍ମା, ଓଡିଶା ମୋ ପରିବାର ଆବାହକ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକ, ମାନ୍ୟବର ବିଧାୟକ ଉତ୍ତର ଭୁବନେଶ୍ୱର ତଥା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ରାଉତ, ମାନ୍ୟବର ବିଧାୟକ ଧର୍ମଶାଳା ତଥା ରାଜ୍ୟ ସମ୍ପାଦକ ଯୁବ ଛାତ୍ର ବ୍ୟାପାର ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାୟ ,ମାନ୍ୟବର ବିଧାୟକ ମଧ୍ୟ ଭୁବନେଶ୍ୱର ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ମାନ୍ୟବର ବିଧାୟକ ଚାନ୍ଦବାଲି ତଥା ରାଜ୍ୟ ସଭାପତି ବିଜୁ ଯୁବ ଜନତା ଦଳ ଶ୍ରୀଯୁକ୍ତ ବ୍ୟୋମକେଶ ରାୟ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ତାପରେ ଭୁବନେଶ୍ୱର ଜିଲ୍ଲା ଯୁବ ସଭାପତି ଶ୍ରୀଯୁକ୍ତ ସମରେଶ ବେଉରା ଙ୍କ ଦ୍ବାରା ସଭା ପରିଚାଳନା ଓ ଶ୍ରୀଯୁକ୍ତ ସନ୍ତୋଷ ବେଜ୍ ତାଙ୍କ ଦ୍ୱାରା ମଞ୍ଚ ପରିଚାଳନା ହେଇଥିଲା। ଆଗାମୀ ଦିନରେ ଭୁବନେଶ୍ୱର ମୁନିସପାଲଟି ନିର୍ବାଚନ ଓ ଯୁବ ଛାତ୍ର ଜନତା ଦଳ କୁ କିପରି ସଶକ୍ତିକରଣ କରାଯିବ, ବିଜୁ ଯୁବ ଜନତା ଦଳର କାର୍ଯ୍ୟକ୍ରମ କୁ କିପରି ଘରେ ଘରେ ପହଂଚାଯିବା ବୋଲି ମାନ୍ୟବର ମନ୍ତ୍ରୀ ତଥା ବିଧାୟକ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ବାର୍ତ୍ତା ପ୍ରଦାନ କରିଥିଲେ।ଏଥିରେ ଦୁଇଟି ପ୍ରସ୍ତାବ ପାରିତ ହେଇଥିଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ଜିଲ୍ଲା ସମ୍ପାଦକ ବିଜୟ ଗୋଛୟତ୍, ଜିଲ୍ଲା ସଂପାଦକ ରାଜେଶ୍ ରାୟ ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ଉପସଭାପତି ଶିବପ୍ରସଦ ମହାପାତ୍ର, ଉପସଭାପତି ସମ୍ବିତ୍ ମହାନ୍ତି ଉପସ୍ଥାପନ କରିଥିଲେ।
ଜିଲ୍ଲା ଯୁବ ସଭାପତି ଶ୍ରୀ ସମରେଶ ବେଉରା, ଜିଲ୍ଲା ଛାତ୍ର ଶ୍ରୀ ସଭାପତି ସୁବାଷ ସାହୁ, ଜୋନ୍ ସଭାପତି ଯୁବ ଜନତା ଦଳ ଶ୍ରୀ ବିଜୟ କେତନ ସାହୁ ଓ ଜୋନ୍ ସଭାପତି ଛାତ୍ର ଜନତା ଦଳ ଶ୍ରୀ ଭଗବାନ ସାହୁ ଅଭିଭାଷଣ ପ୍ରଦାନ କରିଥିଲା। ସେହିପରି ଶ୍ରୀମତି ମନ୍ଦାକିନୀ କର, ଯୁବ ଜନତା ଦଳ ର ବରିଷ୍ଠ ଉପସଭାପତି ଶ୍ରୀ ଧ୍ରୁତି ରଞ୍ଜନ ମାର୍ଥା ,ସମ୍ପାଦକ ଦୀପକ ଜେନା ବିଜୁ ଛାତ୍ର ଜନତା ଦଳ ର ମହାସଚିବ ଇପ୍ସିତା ସାହୁ ,ଶ୍ରୀ ରାଜେଶ୍ ରାଜ୍ ସ୍ବାଇଁ, ବରିଷ୍ଠ ଉପସଭାପତି ଅଜିତ ବେହେରା, ଶ୍ରୀ ଶ୍ରୀଚନ୍ଦନ ପାତ୍ର, ସ୍ଵାଗତିକା ମହାନ୍ତି ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ସୋସିଆଲ ମେଡିଆ ସଂଯୋଜକ ଶ୍ରୀ ରୋହିତ୍ କୁମାର ପାତ୍ର ଙ୍କ ଦ୍ଵାରା ଏକ ଡୋକୁମେଣ୍ଟାରି ଭିଡ଼ିଓ ଉପସ୍ଥାପନ କରିଥିଲେ ଯାହା କୁ କଣ୍ଠ ଦେଇଥିଲେ ଶ୍ରୀମତି ସୁଚିସ୍ମିତା ସାହୁ । ତାପରେ ଜିଲ୍ଲା ଉପସଭାପତି ରାଜେଶ୍ ପାତ୍ର ଆନୁଷ୍ଠାନିକ ଭାବେ ଧନ୍ୟବାଦ ଜଣାଇଥିଲେ। ଏଥିରେ ରାଜ୍ୟ ବିଜୁ ଜନତା ଦଳର ଶ୍ରୀ ତାରିଣୀ ପ୍ରସାଦ ନାୟକ, ଶ୍ରୀ ଆଦ୍ୟ ପ୍ରାଣ ସୁବୁଦ୍ଧି ,ସୋଫିଆ ଆଲାମ, ମଧୁସ୍ମିତା ପରିଡା,ମଧୁସ୍ମିତା ନାୟକ,ଶ୍ରୀ ଶୁଭ୍ରଜିତ ପଢି, ସୌମ୍ୟ ରଞ୍ଜନ ତ୍ରିପାଠୀ,ସୋନାଲି ପ୍ରିୟଦର୍ଶିନୀ, ଲଗ୍ନଦୀପ ମିଶ୍ର, ଶ୍ରୀ ବାସୁଦେବ ସାହ, ଅଫତାଵ ଆଲାମ୍ ଖାନ୍ ,ପୁରନେନ୍ଦୁ ପୂଜାପଣ୍ଡା, ଦୀପକ କୁମାର ମହାପାତ୍ର, ବିଜୁ ଯୁବ ଜନତା ଦଳ ଜିଲ୍ଲା ର ମନୋରଞ୍ଜନ ଦାସ, ମାଧବ ରାଉତ , ଅଲିୟଲ ମଲ୍ଲିକ, ସୂର୍ଯ୍ୟକାନ୍ତ ଜେନା,ଗଣେଶ୍ୱର ସହୁ ଆଲୋକ ଛୋଟରାୟ, ଅରୁଣ କୁମାର ମହାନ୍ତି, ଗଗନ ପଣ୍ଡା, କଳିସିଂ,ସମୀର ବେହେରା, ରାହୁଲ ହାଲୀ, ଏସ୍ କେ ରୁର୍ଫାନ୍,ହିମାଂଶୁ ଶେଖର ଦାସ, ରାକେଶ୍ ମଲ୍ଲିକ, ଭରତ ଭୂଷଣ ଚମ୍ପତି, ଯୁଗଳ କିଶୋର ନାୟକ ଓ ଜି ରିଦ୍ର ଓ ଯୋଗେଶ୍ ଜେନା ଯୋଗ ଦେଇଥିଲେ ବୋଲି ଜିଲ୍ଲା ସୋସିଆଲ ମେଡିଆ ସଂଯୋଜକ ତଥା ଡିଜିଟାଲ ସମ୍ପାଦକ ଶ୍ରୀ ରୋହିତ୍ କୁମାର ପାତ୍ର ଜଣାଇଛନ୍ତି।

Leave A Reply

Your email address will not be published.