ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏନଡିଏ ସଂସଦୀୟ ଦଳର ନେତା ଭାବେ ନରେନ୍ଦ୍ର ମୋଦି ନିର୍ବାଚିତ ହେବା ପରେ ଶୁକ୍ରବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ମୋଦି ଏନଡିଏର ନେତା ଭାବେ ନିର୍ବାଚିତ ହୋଇଥିବା ନେଇ ମେଣ୍ଟ ପକ୍ଷରୁ ଏକ ସମର୍ଥନ ପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବା ପରେ ରାଷ୍ଟ୍ରପତି ତାଙ୍କୁ ସରକାର ଗଠନ କରିବା ଲାଗି ନିମନ୍ତ୍ରଣ କରିଛନ୍ତି । ଏହି ସମୟରେ ରାଷ୍ଟ୍ରପତି ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି। ଏଥିସହ ରାଷ୍ଟ୍ରପତି ମୁର୍ମ ପ୍ରଧାନମନ୍ତ୍ରୀର ମୋଦିଙ୍କୁ ଦହି-ଚିନି ଖୁଆଇ ଦେଇଛନ୍ତି। ଏହାପୂର୍ବରୁ ମୋଦି ଏନଡିଏର ନେତା ନିର୍ବାଚିତ ହୋଇଥିବା ନେଇ ଗୋଟିଏ ସମର୍ଥନପତ୍ର ରାଷ୍ଟ୍ରପତି ମ୍ୟାଡାମଙ୍କ ପାଖରେ ପହଞ୍ଚିଥିଲା।
ଏହାକୁ ଦେଖିବା ପରେ ରାଷ୍ଟ୍ରପତି ସନ୍ଧ୍ୟାରେ ମୋଦିଙ୍କୁ ଡାକି ସରକାର ଗଠନ ପାଇଁ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପରେ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ଆଜି ମଧ୍ୟାହ୍ନରେ ଏନଡିଏ ମେଣ୍ଟର ବୈଠକ ବସିଥିଲା । ମେଣ୍ଟର ସଦସ୍ୟମାନେ ମୋତେ ଦଳର ନେତା ବାଛିଛନ୍ତି । ଏ ନେଇ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଛି । ଆସନ୍ତା ୯ ତାରିଖ ଅର୍ଥାତ ରବିବାର ମୋଦି କ୍ରମାଗତ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ପଣ୍ଡିତ ଜବାହରଲାଲ ନେହରୁଙ୍କ ପରେ ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ଅର୍ଜନ କରିବେ।
ରାଷ୍ଟ୍ରପତିଙ୍କୁ ଭେଟିବା ପରେ ମୋଦି କହିଛନ୍ତି “ରାଷ୍ଟ୍ରପତି ମୋତେ ଏବେ ଡାକିଥିଲେ ଓ ମୋତେ ପରବର୍ତ୍ତୀ ସରକାର ଗଠନ ହେବା ଯାଏ କାମଚଳା ପ୍ରଧାନମନ୍ତ୍ରୀ ଭାବେ କାମ କରିବାକୁ କହିଛନ୍ତି। ସେ ମୋତେ ଶପଥ ସମାରୋହ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ଆମେ ଜୁନ ୯ ତାରିଖ ସନ୍ଧ୍ୟାରେ ଶପଥପାଠ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ଥିବା ମୁଁ ତାଙ୍କୁ ଜଣାଇଛି। ଏବେ ରାଷ୍ଟ୍ରପତି ଭବନ ପକ୍ଷରୁ ବାକି କାମ କରାଯିବ। ଚଳିତ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରି ପାରି ନାହିଁ। କିନ୍ତୁ ବିଜେପି ସହ ଥିବା ଟିଡିପି, ଜେଡିୟୁ, ଶିବସେନେ ଓ ଏଲଜେପି(ଆର) ମିଳିତ ଭାବେ ସରକାର ଗଠନ କରିବାକୁ ଆବଶ୍ୟକ ୨୭୨ ଅଙ୍କକୁ ବେଶ ସହଜରେ ହାସଲ କରିନେଇଛନ୍ତି।