ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ରିଲିଜ ହେଲା ଥଲାପତି ବିଜୟଙ୍କ ଆକ୍ସନପ୍ୟାକଡ ଫିଲ୍ମ ଲିଓ । ଫିଲ୍ମର ପ୍ରଥମ ସୋ ପାଇଁ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା କ୍ରେଜ୍ ଦେଖିବାକୁ ମିଳିଛି । ତାମିଲ ସୁପରଷ୍ଟାର ଅଭିନେତା ଥଲାପତି ବିଜୟଙ୍କ ଫିଲ୍ମ ଲିଓକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି । ଥଲାପତିଙ୍କ ଫ୍ୟାନ୍ସ ଫଲୋର୍ସ ବେଶ୍ ଅଧିକ । ତାଙ୍କର ଯେକୌଣସି ଚଳଚ୍ଚିତ୍ର ରିଲିଜ ହେଉ ନା କାହିଁକି ସବୁ ବେଳେ ତାହାର ଚାହିଦା ଦର୍ଶକଙ୍କ ଗହଣରେ ରହିଥାଏ । ଲିଓ ମାଧ୍ୟମରେ ପୁଣି ଥରେ ଫ୍ୟାନ୍ସ ମାନଙ୍କୁ ଦିୱାନା କରିଛନ୍ତି ଥଲାପତି ବିଜୟ ।
ଲିଓର ଆଗାମୀ ବୁକିଂ ବଲିଉଡ ବାଦଶାହ ଶାହରୁଖଙ୍କ ଜୱାନ ଏବଂ ପଠାନକୁ ମଧ୍ୟ ପଛରେ ପକାଇଛି । ଏଥିରେ ବିଜୟଙ୍କ ସହ ସଞ୍ଜୟ ଦତ, ତ୍ରିଶା କୃଷ୍ଣନ, ଗୌତମ ଭାସୁଦେବ ମେନନଙ୍କ ସମେତ ଅନେକ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ନଜର ଆସିଛନ୍ତି । ତେବେ ଏହି ଚଳଚ୍ଚିତ୍ର ପାଇଁ କିଏ କେତେ ଟଙ୍କା ନେଇଛି । ଆସନ୍ତୁ ଜାଣିବା । ଏହି ଚଳଚ୍ଚିତ୍ରଟି ୨୫୦ ରୁ ୩୦୦ କୋଟି ଟଙ୍କା ବଜେଟରେ ପ୍ରସ୍ତୁତି କରାଯାଇଛି । ରିପୋର୍ଟ ଅନୁଯାୟୀ, ଥଲାପତି ବିଜୟ ଏହି ଫିଲ୍ମ ପାଇଁ ୧୨୦କୋଟି ଟଙ୍କା ନେଇଛନ୍ତି । ଏହି ସିନେମାରେ ସଞ୍ଜୟ ଦତଙ୍କୁ ଭିଲେନ୍ ଭୂମିକାରେ ଦେଖିବାକୁ ମିଳିଛି । ଏହି ଚରିତ୍ର ପାଇଁ ସେ ୮କୋଟି ଟଙ୍କା ନେଇଛନ୍ତି । ଲିଓର ମୁଖ୍ୟ ନାୟିକା ଭୂମିକାରେ ତ୍ରିଶା କୃଷ୍ଣନ୍ ନଜର ଆସିଛନ୍ତି ।
ଏହି ଚଳଚ୍ଚିତ୍ର ପାଇଁ ସେ ୫କୋଟି ଟଙ୍କା ଆଦାୟ କରିଛନ୍ତି । ଏହି ଫିଲ୍ମର ନିଦେ୍ର୍ଦଶନା ଦେଇଛନ୍ତି “ବିକ୍ରମ’ ଫେମ୍ ଲୋକେଶ କନଗରାଜ । ଏହା ଏକ ଆକ୍ସନ ଡ୍ରାମା ଫିଲ୍ମ । ଲିଓର ସାଟେଲାଇଟ୍ ଏବଂ ଡିଜିଟାଲ ରାଇଟ୍ସ ୍ସ ୨୦୦କୋଟିରେ ବିକ୍ରି ହୋଇଛି । ଡିଜିଟାଲ ରାଇଟ୍ସ କୁ ନେଟଫ୍ଲିକ୍ସ ୧୨୦କୋଟିରେ କିଣିଛି । ସେହିପରି ସାଟେଲାଇଟ୍ ରାଇଟ୍ସକୁ ସନ୍ ଟିଭି ୮୦କୋଟିରେ କିଣିଛି । ଏହି ଚଳଚ୍ଚିତ୍ରଟି ଓଟିଟି ରେ କେବେ ରିଲିଜ ହେବ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ ।