ପାଟଣାଗଡ଼ କନିଷ୍ଟ ଯନ୍ତ୍ରୀ ହତ୍ୟା ମାମଲା: ପୋଲିସର ନିଷ୍କ୍ରିୟତା ବିରୋଧରେ ଥାନା ସମ୍ମୁଖରେ ଧାରଣା ଦେବେ ବେଳେ ଅଚେତେ ହେଲେ ଧାରଣାକାରୀ
ପାଟଣାଗଡ(ଓଡିଆ ନ୍ୟୁଜ୍): ପାଟଣାଗଡ଼ ବ୍ଲକର କାର୍ଯ୍ୟରତ କନିଷ୍ଟ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କୁ ହତ୍ୟା ଅଭିଯୋଗରେ ଦୀର୍ଘ 16 ଦିନ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ପୋଲିସର ନିଷ୍କ୍ରିୟତା ଅପାରଗତା ଯୋଗୁ ଯନ୍ତ୍ରୀଙ୍କ ହତ୍ୟା ମାମଲାରେ ହାତ ଖାଲି ।ପାଟଣାଗଡ଼ ର ବିଭିନ୍ନ ସଂଗଠନ ପକ୍ଷରୁ ହତ୍ୟାକାରୀଙ୍କୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ ସୁଦ୍ଧା କୌଣସି ପ୍ରକାର ସୁଫଳ ମିଳି ନାହିଁ। ଦିନକୁ ଦିନ ପାଟଣାଗଡ଼ ସହରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ତାର ପ୍ରତିବାଦରେ ଆଜି କୋଶଲ ମୁକ୍ତିମୋର୍ଚା ତରଫରୁ ସ୍ଥାନୀୟ ଗଡଭିତରରୁ ଏକ ଶୋଭାଯାତ୍ରାରେ ଆସି ସ୍ଥାନୀୟପୋଲିସବିରୁଦ୍ଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ ।ଧାରଣା ସ୍ଥଳକୁ ଥାନାର ସେକେଣ୍ଡ ଅଫିସର ଆସି ମନା କରିବାରୁ ସେଠାରେ କିଛି ସମୟ ପର୍ଯ୍ୟନ୍ତ ପୋଲିସ ଓ ଧାରଣା କାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।
ପରେ ଆନ୍ଦୋଳନ କାରୀ ମାନେ ପ୍ରଚଣ୍ଡ ଖରାରେ ବସି ଧାରାଣା ଦେଇ ପୋଲିସ ବିରୁଦ୍ଧରେ ନାରାବାଜି ସହ ବିଜେଡି ଦଳର ଚାପରେ ରହି ତଦନ୍ତ ଆଗେଇ ପାରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି। ପରେ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଆନ୍ଦୋଳନ କାରୀ କହିଛନ୍ତି ଯେ ଏହା ଏକ ଠିକା କାମକୁ ନେଇ ସାଧାରଣରେ ଚର୍ଚା ହେଉଥିବା ବେଳେ ପୋଲିସ କେବଲ କେତେଜଣଙ୍କୁ ଡାକି ପଚରାଉଚରା କରି ଛାଡି ଦେଇଥିବାରୁ ପୋଲିସ ସନ୍ଦେହ ପ୍ରତି ଅନେକ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି।
ଅନ୍ୟ ପକ୍ଷରେ ପୋଲିସ ଧାରଣା ରତ ଲୋକଙ୍କୁ ପରିସରରେ ମନା କରିବାରୁ ଟାଣ ଖରାରେ ଧାରାଣା ଦେବାରୁ କୋଶଳ କଲମୁକ୍ତି ମୋର୍ଚ୍ଚା ର ଆବାହକ ଅଚ୍ୟୁତ ସିପୁନ ଖମାରି ରଞ୍ଜିତ ବରିହା ଓ ଜଣେ ମହିଳା କର୍ମ୍ମୀ ସରସ୍ୱତୀ ବରିହା ଅଚେତ ହୋଇଥିଲେ ପରେ ୩ଜଣଙ୍କୁ ପୋଲିସ ଗାଡ଼ିରେ ସ୍ତାନୀୟ ଡାକ୍ତର ଖାନା କୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି। ଏହି ଧାରଣାରେ ଡିଙ୍ଗର କୁମ୍ଭାର ସୁଶୀଳ କୁମାର ଗୁରୁ ସରପଞ୍ଚ ଚଙ୍ଗରିଆ ବନମାଳୀ ନାୟକ ସରପଞ୍ଚ ଧୂମାଭଟା ଚୁଡାମଣି ଧରୁଆ ରଞ୍ଜିତ ସାହୁ ଦୁଖନାସନ ସାହୁ ସୁରେନ୍ଦ୍ର ସାହୁ ସଦାନନ୍ଦ ବାଗ ଘନଶ୍ୟାମ ବରିହା ତୁଳସୀରମ ବରିହା ଲଷ୍ମୀ ଶବର ଗଦି ବରିହା ସୁକାନ୍ତି ବରିହା ସୁଦାମ ବରିହା ଗିରିଧାରୀ ଭୋଇ ଧୁବଲେଶ୍ବର ଭୋଇ ନେପୁର ବରିହା କୀର୍ତ୍ତନ ପୁଟେଲ ଜନାର୍ଦନ ସିଂ ସମେତ ବହୁ କୋଶଳ ମୁକ୍ତିମୋର୍ଚାର ସକ୍ରିୟ କର୍ମ୍ମୀମାନେ ଯୋଗ ଦେଇଥିଲେ। ପରେ ଧାରାଣା ସ୍ଥଳକୁ ପାଟଣାଗଡ଼ ଏସ ଡ଼ି ପି ଓ ଜୋତିର୍ମୟ ଭୁକ୍ତା ମାଜିଷ୍ଟ୍ରେଟ ଭାବେ ପାଟଣାଗଡ଼ ସହକାରୀ ଉପଜିଲ୍ଲାପାଳ କ୍ଷୀରୋଦ ସାହୁ ଥାନା ଅଧିକାରୀ ଅନନ୍ତ ପ୍ରଧାନ ଘଟଣା ସ୍ଥଳକୁ ଆସି ବୁଝାଶୁଝା କରିଥିଲେ ମଧ୍ୟ ଆନ୍ଦୋଳନ କାରୀ ମାନେ ଧାରଣାରେ ବସିଥିରହିଥିଲେ ।