ବିଜେଡି ନେତ୍ରୀ ସଂଯୁକ୍ତା ମହଲଙ୍କ ନାଁ ରେ ସଂଘାତିକ ଅଭିଯୋଗ, ମା ,ଭଉଣୀ ଓ ଭାଉଜଙ୍କୁ ମିଛ କେସରେ ଫସାଉଛନ୍ତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଝିଅର ଅତ୍ୟାଚାରରେ ଅତିଷ୍ଠ ପରିବାର l ଝିଅ ନାଁ ରେ ଅଭିଯୋଗ ଆଣିଥିଲେ ମା l ବିଜେଡି ନେତ୍ରୀ ସଂଯୁକ୍ତା ମହଲଙ୍କ ନାଁ ରେ ସଂଘାତିକ ଅଭିଯୋଗ ଆଣିଥିଲେ ପରିବାର । ଗତ ୩ ତାରିଖ ରେ ଝିଅ ସଂଯୁକ୍ତାଙ୍କ ନାଁ ରେ ମା ,ଭଉଣୀ ଓ ଭାଉଜ କମିଶନରେଟ ପୋଲିସରେ ଅଭିଯୋଗ କରିଥିଲେ l ଫେସବୁକରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ପରିବାର ସମସ୍ତଙ୍କୁ ମିଛ କେଶରେ ଫଶେଇ ଥିବା ପୋଲିସ କମିଶନରଙ୍କ ଦ୍ବାରସ୍ଥ ହୋଇଥିଲେ । କମିଶନରେଟ୍ ପୋଲିସ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଜଣେଇ ଥିଲେ ସଂଯୁକ୍ତା ଙ୍କ ମା।

୨୦୧୭ ମସିହାରୁ ପରିବାରକୁ ଧମକ ଦେବା ସହ ବାପାଙ୍କ ସମାପ୍ତି ହଡ଼ପ କରିଛନ୍ତି ସଂଯୁକ୍ତା । ସଂଯୁକ୍ତ ମହଲ ହେଉଛନ୍ତି ବିଜୁ ଜନତା ଦଳର ଉପ ସଭାନେତ୍ରୀ ଓ ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟ ଥିବା କାରଣରୁ ଦୀର୍ଘ ଦିନ ଧରି ସେ ପରିବାର ଭିତରେ କଳହ ସୃଷ୍ଟି କରୁଛନ୍ତି ଓ ପାରିବାରକୁ ଖିନଭିନ କରୁଚନ୍ତି । ଏହା ସହ ଭାଇଙ୍କ ଚାକିରି ବଦଳିରେ ମଧ୍ୟ ବାଧକ ସାଜୁଛନ୍ତି l ଏହାକୁ ନେଇ ସଂଯୁକ୍ତା ମହଲଙ୍କ ମା ନମିତା ପାତ୍ର ଝିଅ ବିରୋଧ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଥିଲେ । ଅଭିଯୋଗର ଦୀର୍ଘଦିନ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୁଣି ଆଜି ଗଣମାଧ୍ୟମ ସାମ୍ନାରେ ମୁଁହ ଖୋଲିଛନ୍ତି । କହିଛନ୍ତି ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା କଥା କହୁଥିବା ବେଳେ ମୋ ପାଇଁ ଚୁପ୍ କଣ ପାଇଁ । ମତେ କଣ ପାଇଁ ନ୍ୟାୟ ମିଳୁନି । ଝିଅ କୁ ଗିରଫ କରିବା ସହ ସୋସିଆଲ ମିଡିଆ ରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କୁ ବନ୍ଦ କରିବାର ଅଛି ।..

Leave A Reply

Your email address will not be published.