ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସୁଛି ଆଉ ଏକ ଲଘୁଚାପ ! ୧୫ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୫ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୬ରେ ଉପକୂଳ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡିର ଗୋଟିଏ କି ଦୁଇଟି ଜାଗାରେ ବର୍ଷା ସମ୍ଭାବନା ଅଛି । ବର୍ତ୍ତମାନ ୧୪ ତାରିଖରୁ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ।ରାତି ତାପମାତ୍ରାରେ ମଧ୍ୟ ଏବେ ବିଶେଷ ବି ପରିବରିର୍ତ୍ତନ ସମ୍ଭାବନା ନାହିଁ । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୧୪ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିଘୂ ବଳୟ ର୍ଣ୍ଣି ସୃଷ୍ଟିସୃ ଷ୍ଟିହେବା ସମ୍ଭାବନା ଅଛି । ୧୫ରେ ଲଘୁଚାପ ରୂପ ନେବ ।
ପରେ ଘନୀଭୂତ ହୋଇ ପ୍ରାୟତଃ ଉତ୍ତର ଦିଗରେ ଗତି କରିବାର ସମ୍ଭାବନା ଅଛି । ପ୍ରାଥମିକ ଆକଳନ ଅନୁସାରେ ଏହା ପଶ୍ଚିମବଙ୍ଗ କିମ୍ବା କି ବାଂଲାଦେଶ ଆଡ଼କୁ ମୁହାଁଇପାରେ । ସର୍ବନିମ୍ନ ତାପମାତ୍ରା ଏବଂ ରାତିର ତାପମାତ୍ରାରେ ଏବେ ବିଶେଷ କିଛି ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଭାଗ ଆକଳନ କରିଛି ।