ଯାଜପୁର ପରେ ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି

0

ଓଡ଼ିଆ ନ୍ୟୁଜ୍: ଯାଜପୁର ପରେ ଏବେ ଓଡିଶାର ଅନ୍ୟ ଜିଲ୍ଲାକୁ ବ୍ୟାପିଲା ଡାଇରିଆ। ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି ।ଜଣେ ମୃତ ୧୭ ଗୁରୁତର । ସାରା ଓଡ଼ିଶାରେ ପାଞ୍ଚୋଟି ଜିଲ୍ଲାରେ ଝାଡା ବାନ୍ତି ବ୍ୟାପକ ହୋଇଥିବା ବେଳେ କଟକ ଟାଙ୍ଗୀ ବ୍ଲକର ସଫା ପଞ୍ଚାୟତର ସୁଆଁରି ଗ୍ରାମରେ ୧୮ ଜଣ ବ୍ୟକ୍ତି ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଦୁଇ ଜଣ ଗୁରୁତର ହୋଇ ଆଇସିୟୁରେ ଥିବା ଜଣାପଡିଛି।

ପ୍ରଶାସନ ତରଫରୁ ଟାଙ୍ଗୀ ଚୌଦ୍ଵାର ବ୍ଲକର ଅତିରିକ୍ତ ବିଡିଓ, ସ୍ବାସ୍ଥ୍ୟ ଅଧିକାରୀ ସୁଆଁରୀ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ସଚେତନ କରାଇଛନ୍ତି । ପାନୀୟ ଜଳ ପାଇଁ ଟ୍ୟାଙ୍କର ଯୋଗାଇଥିବା ବେଳେ ଗାଁ ମଧ୍ୟରେ ଥିବା କୂଅ ଓ ନଳ କୂପକୁ ସଫା ସୁତୁରା ରଖିବା ପାଇଁ କୌଣସି ଉଦ୍ୟମ କରୁନଥିବାରୁ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଅନ୍ୟ ପକ୍ଷରେ ବସୁଧା ଯୋଜନାରେ ଲୋକମାନଙ୍କୁ ପାଣି ଯୋଗାଇବା ପାଇଁ ପଞ୍ଚାୟତ ଅକ୍ଷମତା ପ୍ରକାଶ କରିଥିବାରୁ ଏହାକୁ ନେଇ ସରକାରଙ୍କୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି।

Leave A Reply

Your email address will not be published.