ଦିଲ୍ଲୀ ଏମ୍ସରେ ନିଆଁ, ନିଆଁକୁ ଅୟତ୍ତ କରୁଛି ୮ ଦମକଳ ବାହିନୀ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ଆଜି ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏଣ୍ଡୋସ୍କୋପି ବିଭାଗରେ ଲାଗିଥିବା ସୂଚନା ମିଳିଛି। ଏଥିରେ କାହାର କ୍ଷତି ଘଟିନାହିଁ। ନିଆଁ ଲାଗିବା ପରେ ରୋଗୀମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସର୍ଟ ସର୍କିଟରୁ ନିଆଁ ଲାଗିଲା ନା କେଉଁ କାରଣ ପାଇଁ ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ।

ନିଆଁ ଚାରିଆଡକୁ ବ୍ୟାପିଯିବାର ଆଶଙ୍କା ଥିବାରୁ ଅନ୍ୟ ବିଭାଗକୁ ରୋଗୀମାନଙ୍କୁ ସ୍ଥାନାନ୍ତର କରାଯାଉଛି। ସାଢ଼େ ୧୧ଟା ସମୟରେ ଦିଲ୍ଲୀ ଏମ୍ସର ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଦମକଳ ବାହିନୀର ୮ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଦ୍ୱିତୀୟ ମହଲାରେ ଥିବା ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିବା ପରେ ସେଠାରେ ଥିବା ରୋଗୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା । ବାହାର ଯାଏଁ ନିଆଁ ଓ ଧୂଆଁ ଦେଖାଯାଉଛି । ଏଭଳି ଅଗ୍ନିକାଣ୍ଡ ପାଇଁ ରୋଗୀଙ୍କ ପରିବାର ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି ।

Leave A Reply

Your email address will not be published.