ଓଡ଼ିଆ ନ୍ୟୁଜ୍: ଓଡ଼ିଶା ସରକାରୀ କର୍ମଚାରୀଙ୍କ ଧର୍ମଘଟ ପ୍ରସଙ୍ଗ।ଜବାବ ତଲବ କଲେ ହାଇକୋର୍ଟ, ୧ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି। ରାଜ୍ୟ ସରକାରଙ୍କ ସହ ଓଏଏସ ଓ ରାଜ୍ୟ ଅମଲା ସଂଘକୁ କୋର୍ଟଙ୍କ ନୋଟିସ୍। ସରକାରୀ କର୍ମଚାରୀ ଧର୍ମଘଟ ବାରଣ ପାଇଁ ଦାୟର ହୋଇଛି ମାମଲା। ସେମାନଙ୍କ ଚାକିରି ସର୍ତ୍ତାବଳୀ ଅନୁସାରେ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷେଧ ହୋଇଥିଲେ ମଧ୍ୟ ଏପରି ସ୍ଥିତି ବାରମ୍ବାର ଦେଖିବାକୁ ମିଳୁଛି। କିଛି ଦିନ ହେବ ଶିକ୍ଷକଙ୍କ ଆନ୍ଦୋଳନ ଚର୍ଚ୍ଚାର ବିଷୟ ହୋଇଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଶିକ୍ଷକଙ୍କ ଆନ୍ଦୋଳନ ଚାଲିିବା ସମୟରେ ସ୍କୁଲରେ ପାଠ ପଢା କେମିତି ହେଉଛି ବୋଲି ଶୁଣାଣି ବେଳେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏଭଳି ସ୍ଥିତି ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ।
ହାଇକୋର୍ଟ ଜନସ୍ବାର୍ଥ ମାମଲାର ପ୍ରତିପକ୍ଷ ମୁଖ୍ୟ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ, ଓଏଏସ୍ ଆସୋସିଏସନ, ଓଡ଼ିଶା ରାଜସ୍ବ ଅମଲା ସଂଘକୁ ନୋଟିସ୍ ଜାରି କରି ୨ ସପ୍ତାହ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୨୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ପାଇଁ ଧାର୍ଯ୍ୟ କରାଯାଇଛି। ଜନସ୍ବାର୍ଥ ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଜୁନ ୩୦ରେ ଭୁବନେଶ୍ବର ପୌର ନିଗମର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ କାର୍ଯ୍ୟାଳୟ ପରିସରରେ କେତେକ ବ୍ୟକ୍ତି ଆକ୍ରମଣ କରିଥିଲେ। ଶାସକ ଦଳର ସମର୍ଥକ ଘଟଣାରେ ସଂପୃକ୍ତ ବୋଲି ଅଭିଯୋଗ ହୋଇଥିଲା।