ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉତ୍ତଳନ କଲେ ଜୟଦେବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅନାୟ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉତ୍ତଳନ କଲେ ଜୟଦେବ, ପ୍ରଚାର ର ମଙ୍ଗ ଧରିଲେ ପୁଅ ମନୋଜ | କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ତିନି ନଂ ଜୋନଂ ରେ ରବିବାର ଦିନ କଂଗ୍ରେସ ପକ୍ଷରୁ ପାଞ୍ଚ ପଂଚାୟତ ଯଥା ବାଇଲୋ, ପଞ୍ଚୂପୁଲି, ବେଲବାହାଳି, ହରିଡ଼ାପାଳ, ଜଳସୁଆଁ ରେ ବିରାଟ ବାଇକ୍ ଶୋଭା ଯାତ୍ରା କରି ଅନାୟ ଭ୍ରଷ୍ଟାଚାର ବିରୁଦ୍ଧରେ ବିଧାୟକ ପ୍ରାର୍ଥୀ ଜୟଦେବ ଜେନା ସ୍ୱର ଉତ୍ତଳନ କରି ଶକ୍ତି ପ୍ରଦର୍ଶନ କରିଛନ୍ତି।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭ୍ରଷ୍ଟାଚାର ଦୁର୍ନୀତି ସରକାର ଆଉ ରହିବ ନାହିଁ ଏବଂ ସାଧାରଣ ନିର୍ବାଚନରେ ସାଧାରଣ ଲୋକେ ଏହାର ଜବାବ ଦେବେ ବୋଲି ଜୟଦେବ ପ୍ରକାଶ କରିଥିଲେ। ଏହାକୁ ସମର୍ଥନ କରିଥିଲେ ଲୋକେ।

ଏହି ବାଇକ୍ ଶୋଭା ଯାତ୍ରା ରେ କଂଗ୍ରେସର ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ମନୋଜ କୁମାର ଜେନା,ଆନନ୍ଦପୁର ନଗର ସଭାପତି ହାଡ଼ିବନ୍ଧୁ ଖୁଣ୍ଟିଆ, ରାଜ୍ୟ ଯୁବ ସଂଗଠକ ସତ୍ୟବ୍ରତ ଜେନା, ସୁରେଶ କୁମାର ଜେନା, ବୈଲଚନ ବାରିକ୍, ଚଗଲା ସାହୁ, ବାବୁ ସାହୁ, ପ୍ରମୋଦ ବାରିକ୍, କାଳନ୍ଦୀ ସା, ନୁରି ସାହୁ, ସୁବ୍ରତ କୁମାର ଜେନା, ରାଜେସ୍ କୁମାର ମାଝୀଙ୍କ ସମେତ ପାଞ୍ଚ ପଂଚାୟତ ଦୁଇ ହଜାରରୁ ଉର୍ଦ୍ଧ୍ଵ ବାଇକ ରେ ସମର୍ଥକ ମାନେ ବାଇକ୍ ରାଲି କରିଥିଲେ। କଂଗ୍ରେସ ୨୦୨୪ରେ କ୍ଷମତା କୁ ଆସିଲେ ବିକାଶ ହେବ ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ।

Leave A Reply

Your email address will not be published.