୨୦୨୪ ପାଇଁ ନଡ୍ଡାଙ୍କ ନୂଆ ଟିମ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଗକୁ ଆସୁଛି ୨୦୨୪ ନିର୍ବାଚନ । ଏହାପୂର୍ବରୁ ପ୍ରସ୍ତୁତ ହେଉଛି ବିଜେପି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ୩୮ ଜଣିଆ କେନ୍ଦ୍ରୀୟ ପଦାଧିକାରୀଙ୍କ ନାଁ ଘୋଷଣା କରିଛନ୍ତି । ଯେଉଁ ତାଲିକାରେ କିଛି ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି । ନଡ୍ଡାଙ୍କ ନୂଆ ଟିମରେ ୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରହିଛନ୍ତି । ଯେଉଁ ରାଜ୍ୟରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେହି ରାଜ୍ୟର ନେତାଙ୍କ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀ ମିଳିଛି ।

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସହ ରଘୁବର ଦାସ, ବୈଜୟନ୍ତ ପଣ୍ଡାଙ୍କ ଭଳି ଚେହେରାଙ୍କୁ ନଡ୍ଡାଙ୍କ ଟିମରେ ସ୍ଥାନ ମିଳିଛି । ସେହିଭଳି ଦଳର କିଛି ନେତାଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀର ଦାୟିତ୍ୱ ଦେଇଛନ୍ତି ନଡ୍ଡା । ଉତ୍ତରପ୍ରଦେଶରୁ ସାଂସଦ ଥିବା ଅରୁଣ ସିଂ, ସାଂସଦ ରାଧାମୋହନ ଅଗ୍ରୱାଲ, ମଧ୍ୟପ୍ରଦେଶରୁ କୈଳାଶ ବିଜୟବର୍ଗୀୟ, ରାଜସ୍ଥାନରୁ ସୁନୀଲ ବଂଶଲଙ୍କ ସହ ବିଏଲ ସନ୍ତୋଷଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି ନଡ୍ଡା ।

Leave A Reply

Your email address will not be published.