ଶ୍ରୀମନ୍ଦିର ଭିତରେ ଯୋତା; କାର୍ଯ୍ୟାନୁଷ୍ଠାନ ହେବ

0

ଓଡ଼ିଆ ନ୍ୟୁଜ୍: ପୁରୀ ଶ୍ରୀମନ୍ଦିରକୁ କେହି ଦୁର୍ବୃତ୍ତ ଯୋତା ପିନ୍ଧି ପ୍ରବେଶ କରିଥିବା ଅଭିଯୋଗ। ଭୋଗମଣ୍ଡପ ପାଖରେ ପ୍ରତିହାରୀ ସେବକ ଯୋତାକୁ ଦେଖି ବାହାରକୁ ଆଣିଥିଲେ। ଘଟଣାରେ ପୁରୀ ଏସ୍‌ପି କହିଛନ୍ତି ଶ୍ରୀମନ୍ଦିରର ସିସିଟିଭି ଯାଞ୍ଚ କରାଯିବ। ‘ଯିଏ ବି ଏଭଳି କରିଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ’। ଆଜି ପୂର୍ବାହ୍ନ ସମୟରେ ଜଣେ ପ୍ରତିହାରୀ ସେବକ ଶ୍ରୀ ମନ୍ଦିର ଭିତରୁ ହାତରେ ଜୋତା ଧରି ବାହାରକୁ ଆସିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, କେହି ବ୍ୟକ୍ତି ଜୋତା ପିନ୍ଧି ମନ୍ଦିରକୁ ପ୍ରବେଶ କରିଛି। ସେ ଜୋତାକୁ ଭଅଣ୍ଡ ଘର ବା ଭୋଗ ମଣ୍ଡପ ଦ୍ବାର ନିକଟରେ ରଖାଯାଇଥିବା ଦେଖିବାକୁ ପାଇଥିଲେ ।

ସେଠାରେ ଜୋତା ରହିଥିବା ଦେଖିବା ମାତ୍ରେ ଉକ୍ତ ଜୋତାକୁ ହାତରେ ଧରି ବାହାରକୁ ଆଣିଛନ୍ତି। ତେବେ ଜୋତାଟି ମାଟିଆ ରଙ୍ଗର ହୋଇଥିବାରୁ ଏହା ପୋଲିସର ହୋଇଥିବା ସାଧାରଣରେ ଅନୁମାନ କରାଯାଉଛି । ସିସିଟିଭି ଫୁଟେଜ ଦେଖି କିଏ ସେ ବ୍ୟକ୍ତି ଜୋତା ପିନ୍ଧି ମନ୍ଦିର ମଧ୍ୟକୁ ଯାଇଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରାଯାଇଛି । ଏତେ ସୁରକ୍ଷା ବଳୟ ଭେଦ କରି କିଏ କିପରି ଜୋତା ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କଲା ଓ କେହି ଜାଣି ପାରିଲେ ନାହିଁ । ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.