ଓଡ଼ିଆ ନ୍ୟୁଜ୍: ଲ୍ୟାଣ୍ଡଫଲ କରୁଛି ବାତ୍ୟା ମୋନ୍ଥା। ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।ପବନର ବେଗ ୯୦ରୁ ୧୦୦ କିମି ପର୍ଯ୍ୟନ୍ତ ରହିଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୪ରୁ ୫ଘଣ୍ଟା ରହିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଇଏମଡି ଡିଜି ସୂଚନା ଦେଇଛନ୍ତି।ଏହି ପ୍ରକ୍ରିୟା ମଧ୍ୟରାତ୍ରୀ ଯାଏ ରହିବ। ୧୨ଟା ଯାଏ ଏହି ପ୍ରକ୍ରିୟା ରହିବ। ଘଣ୍ଟାପ୍ରତି ୧୫ କିମି ବେଗରେ ଆସୁଛି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ରହିପାରେ ।
ସେପଟେ ବାତ୍ୟା ପାଇଁ ଓଡିଶାରେ ଆଜି ପାଇଁ ୫ ଜିଲାକୁ ରେଡ, ୪ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଜିଲାକୁ ରେଡ୍ ଆଲର୍ଟ ଥିବା ବେଳେ ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଜପତିକୁ ଅରେଞ୍ଜ ଆଲର୍ଟ ଏବଂ ଅବଶିଷ୍ଟ ୨୧ ଜିଲାକୁ ବର୍ଷା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି।