ରାଇରଙ୍ଗପୁରରେ ଭାରତୀୟ ଜନତା ପାର୍ଟିର ନାମାଙ୍କନ ପ୍ରାର୍ଥୀ ପତ୍ର ଦାଖଲ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରରେ ଭାରତୀୟ ଜନତା ପାର୍ଟିର ନାମାଙ୍କନ ପ୍ରାର୍ଥୀ ପତ୍ର ଦାଖଲ କଲେ  | ଆଜି ରାଇରଙ୍ଗପୁର ସହରରେ ଭାରତୀୟ ଜନତା ପାର୍ଟି ତରଫରୁ ରାଇରଙ୍ଗପୁର ବିଧାନସଭା ମଣ୍ଡଳୀ ପ୍ରାର୍ଥୀ ଜଲେନ ବାର୍ଦ୍ଦା ଓ ସାରସକଣା ବିଧାନସଭା ମଣ୍ଡଳୀ ପ୍ରାର୍ଥୀ ଭାଦବ ହାଁସଦାଃ ତଥା ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ନବଚରଣ ମାଝୀ ବିରାଟ ଶୋଭାଯାତ୍ରା ରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବାହାରି ରାଇରଙ୍ଗପୁର ଉପଖଣ୍ଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ରିଟର୍ଣ୍ଣି ଅଫିସର ସାରସକଣା ଓ ରାଇରଙ୍ଗପୁର ଏସ ଟି ଏସି ୨୭ ଓ ୨୮ଙ୍କ ଠାରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ |

ପ୍ରାର୍ଥୀ ଜଲେନ ବାର୍ଦ୍ଦା ଓ ଭାଦବ ହାଁସଦାଃ ଙ୍କ କହିବା ଅନଯାୟୀ ଏଥର ରାଜ୍ୟ ଓ କେନ୍ଦ୍ରରେ ଯୋଡି ପଦ୍ମ ଆସିବା ଦରକାର | ଏ ସରକାର ଗାଦିରେ ଆସିଲେ ଭାରତରେ ଦେଖାଯାଉଥିବା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ବେରୋଜଗାର ଦୁରିଭୂତ ହୋଇପାରିବ ବୋଲି ଜୋର ଦେଇ କହିଥିଲେ |

ଏଥିରେ ସମର୍ଥକ ଓ ପ୍ରସ୍ତାବକ ଭାବେ ଭାରତୀୟ ଜନତା ଦଳର ବରିଷ୍ଠ ନେତୃମଣ୍ଡଳୀୟ ମନୋରଂଜନ ମହାନ୍ତି, ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ୍ , ନବୀନ ରାମ, ପରମେଶ୍ବର ସାମାଡ, ସୋନାଲି ବିଜୟ ଲକ୍ଷ୍ମୀ ମହାନ୍ତ, ସଂଜୀବ ମହାନ୍ତି, ବିକାଶ ଚନ୍ଦ୍ର ମହାନ୍ତ, ଶିବ ଅଗ୍ରୱାଲ, ସରୋଜ ମହାନ୍ତ, ମନୋଜ ଦାସ( ବାପି ଭାଇ) ପ୍ରମୁଖ ଉପସ୍ଥିତ ଦେଇଥିଲେ | ଏଥିରେ ଭାରତୀୟ ଜନତା ଦଳର ହଜାର ହଜାର କର୍ମୀ ଯୋଗ ଦେଇଥିଲେ |

Comments are closed.