ଅମଲା ଆନ୍ଦୋଳନ ପଛରେ ବିଜେଡି: ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଅମଲା ସଂଘ ସହ ଆଲୋଚନା ପରେ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ। ଅମଲା ଆନ୍ଦୋଳନ ପଛରେ ବିଜେଡି କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।‘କିଛି ସଂଘର ନେତା ବିଜେଡି ଦ୍ୱାରା ପ୍ରେରିତ ହୋଇ ଆନ୍ଦୋଳନ କରୁଛନ୍ତି। ସେମାନେ କେଉଁ କେଉଁ ନେତାଙ୍କୁ ଭେଟୁଛନ୍ତି, ରିପୋର୍ଟ ମୋ ପାଖେ ଅଛି।ସେମାନେ ସମସ୍ୟାର ସମାଧାନ ଚାହୁଁ ନାହାନ୍ତି କହିଲେ ମନ୍ତ୍ରୀ।
ଅମଲାଙ୍କୁ ଢାଲ କରି ସରକାର ବିରୋଧରେ ଆନ୍ଦୋଳନ କରିବା ଲକ୍ଷ୍ୟ।ରାଜସ୍ବ ବିଭାଗ ପାଖରେ ବହୁତ ଅସ୍ତ୍ର ଅଛି ବିରୋଧୀ ସମ୍ଭାଳି ପାରିବେ ନାହିଁ।

ମନ୍ତ୍ରୀ କହିଛନ୍ତି, ବିଗତ ସରକାର ଯେତେ ସମସ୍ୟା ଛାଡ଼ିକି ଯାଇଛନ୍ତି ଗୋଟିଏ ଵି ସମସ୍ୟାର ସମଧାନ କରି ନାହାନ୍ତି ଯେଉଁମାନେ ସଂଘକୁ ଭୁଲ ରାସ୍ତାରେ ନେଉଛନ୍ତି। ସେମାନେ ତାଙ୍କୁ ଚିହ୍ନନ୍ତୁ। ସେମାନେ ମଙ୍ଗଳ ଚାହୁଁ ନାହାନ୍ତି, ଲୋକଙ୍କ ହଇରାଣ ନପକେଇ କାର୍ଯ୍ୟରେ ଯୋଗ ଦିଅନ୍ତୁ। କିଛି ଲୋକ ଅଛନ୍ତି ସେମାନେ ଏବେ ଵି ଭାବୁଛନ୍ତି ବିଜେଡି ସରକାର ଚାଲିଛି। ସେମାନେ କେଉଁ କେଉଁ ନେତାଙ୍କୁ ଭେଟୁଛନ୍ତି ତାର ରିପୋର୍ଟ ଵି ମୋ ପାଖରେ ଅଛି। ୮ ହଜାର ଅମଲାଙ୍କୁ ଆନ୍ଦୋଳନ କୁ ଓହ୍ଲାଇ ସେମାନେ ଭାବୁଛନ୍ତି ସରକାରକୁ ହଇରାଣ ପକେଇ ଦେବ କ୍ଷମତାରୁ ବାହାରକୁ ଯିବାକୁ ସେମାନେ ହଜମ କରି ପାରୁ ନାହାନ୍ତି ମୁଁ ପୁରା ବିଜେଡିକୁ କାଠଗଡ଼ରେ ଛିଡା କରିବାକୁ ଚାହେଁ ନାହିଁ। କିନ୍ତୁ ସେ ସରକାରରେ ଯେଉଁମାନେ ପାୱାରଫୁଲ ସମ୍ପୂର୍ଣ୍ଣ କ୍ଷମତାକୁ ଉପଭୋଗ କରୁଥିଲେ, ସେମାନେ ହଜମ କରି ପାରୁ ନାହାନ୍ତି।

Leave A Reply

Your email address will not be published.